ଶପଥ ନେଲେ ନବନିର୍ବାଚିତ ଓଡ଼ିଶାର ୩ ରାଜ୍ୟସଭା ସାଂସଦ । ଓଡ଼ିଆ ଭାଷାରେ ଶପଥ ନେଲେ ଓଡ଼ିଶାର ତିନି ନବନିର୍ବାଚିତ ରାଜ୍ୟସଭା ସାଂସଦ । ଓଡିଆରେ ଶପଥ ଗ୍ରହଣ କରିଥିବା ତିନି ଜଣ ସାଂସଦ ହେଲେ ମନମୋହନ ସାମଲ (ବିଜେପି), ଦିଲ୍ଲୀପ ରାୟ (ବିଜେପି ସମର୍ଥିତ ସ୍ୱାଧୀନ), ସଂତୃପ୍ତ ମିଶ୍ର (ବିଜେଡି)। ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରାଯାଇଥିଲା। ଚତୁର୍ଥ ସଦସ୍ୟ ସୁଜିତ କୁମାର ସୋମବାର ନିର୍ବାଚନ ସମ୍ବନ୍ଧୀୟ ରାଜ୍ୟଗୁଡ଼ିକରେ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସେ ଶପଥ ଗ୍ରହଣ କରିପାରି ନାହାନ୍ତି। ସୂଚନା ଅନୁସାରେ, ଓଡ଼ିଶାରୁ ଚାରୋଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ମାର୍ଚ୍ଚ ୧୬, ୨୦୨୬ରେ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ବିଜେପି ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାର ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ର ଜିତିଥିବାବେଳେ, ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନିର୍ବାଚିତ ହୋଇଛନ୍ତି। ଓଡ଼ିଶା ସହିତ ଅନ୍ୟାନ୍ୟ ରାଜ୍ୟରୁ ନିର୍ବାଚିତ ରାଜ୍ୟସଭା ସଦସ୍ୟମାନେ ମଧ୍ୟ ଏହି ଅବସରରେ ଶପଥ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ ଓ ତାମିଲନାଡୁର ସାଂସଦମାନେ ମଧ୍ୟ ଏହି ପର୍ଯ୍ୟାୟରେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ଜାତୀୟ ରାଜନୀତିର ଅଭିଜ୍ଞ ବ୍ୟକ୍ତିତ୍ୱ ବି ଆଜି ଶପଥ ନେଇଛନ୍ତି। ଏନସିପି ନେତା ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱାଲେ ଏବଂ ଡିଏମକେ ନେତା ତିରୁଜି ସେଭା ମଧ୍ୟ ଶପଥ ଗ୍ରହଣ କରି ସଂସଦୀୟ କାର୍ଯ୍ୟରେ ଯୋଗଦେଇଛନ୍ତି। Post navigation Special Development Council: ୨୩ଟି ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା BJP Foundation Day: ଆଜି ବିଜେପିର ପ୍ରତିଷ୍ଠା ଦିବସ; ଦଳୀୟ କର୍ମୀଙ୍କୁ ପ୍ରଶଂସା କଲେ ମୋଦି