ରାଜ୍ୟର ୨୩ ଜିଲ୍ଲାର ସ୍ଵତନ୍ତ୍ର ବିକାଶ ପରିଷଦ ପାଇଁ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିଯୁକ୍ତି କଲେ ସରକାର। ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକର ସାମାଜିକ-ସାଂସ୍କୃତିକ ପରିଚୟକୁ ବଜାୟ ରଖି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଗଠନ କରିଛନ୍ତି। ଏହି ପରିଷଦ ଗଠନ ସହିତ, ରାଜ୍ୟ ସରକାର ସୋମବାର ପ୍ରତ୍ୟେକ ଜିଲ୍ଲା ପାଇଁ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି।

ଏହି ପଦକ୍ଷେପ ତୃଣମୂଳ ସ୍ତରର ଶାସନକୁ ସୁଦୃଢ଼ କରିବ ଏବଂ ଆଦିବାସୀ ଅଞ୍ଚଳରେ କଲ୍ୟାଣକାରୀ କାର୍ଯ୍ୟକ୍ରମର ଲକ୍ଷ୍ୟଭେଦୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି। ପରିଷଦଗୁଡ଼ିକ ଭିତ୍ତିଭୂମି ଏବଂ ଜୀବିକା ନିର୍ବାହ ପଦକ୍ଷେପକୁ ସମର୍ଥନ କରିବା ସହିତ ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଏବଂ ସମ୍ପ୍ରଦାୟ ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବେ।

ସରକାର ପ୍ରତ୍ୟେକ ପରିଷଦ ପାଇଁ ନେତୃତ୍ୱ ଦଳ ନିଯୁକ୍ତ କରିଛନ୍ତି । ଅନୁଗୁଳ ଜିଲ୍ଲା ପାଇଁ ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମୁଣି ଛତର (ଉପାଧ୍ୟକ୍ଷ) । ବଲାଙ୍ଗିର ଜିଲ୍ଲା ପାଇଁ ବଲ୍ଲଭ ଧରୁଆ (ଅଧ୍ୟକ୍ଷ), ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ) ।ବାଲେଶ୍ୱର ଜିଲ୍ଲା ପାଇଁ ବିପିନ୍ ମାରାଣ୍ଡି (ଅଧ୍ୟକ୍ଷ), ଝରଣା ସିଂ (ଉପାଧ୍ୟକ୍ଷ) । ବରଗଡ଼ ଜିଲ୍ଲା ପାଇଁ ଗୋବର୍ଦ୍ଧନ ଭୋଏ (ଅଧ୍ୟକ୍ଷ), ତିଳତ୍ତୋମା ଭୁଏ (ଉପାଧ୍ୟକ୍ଷ) । ବୌଦ୍ଧ ଜିଲ୍ଲା ପାଇଁ ଡମରୁ ଧର କହଁର (ଅଧ୍ୟକ୍ଷ), ଝରଣା ଜାନି (ଉପାଧ୍ୟକ୍ଷ) । -ଦେବଗଡ଼ ଜିଲ୍ଲା ପାଇଁ ପ୍ରଶାନ୍ତ ବେହେରା (ଅଧ୍ୟକ୍ଷ), ପ୍ରମିଳା କିଶାନ (ଉପାଧ୍ୟକ୍ଷ) । ଢେଙ୍କାନାଳ ଜିଲ୍ଲା ପାଇଁ ନାଉରି ସିଂ (ଅଧ୍ୟକ୍ଷ), ସେବତୀ ଭୋଇ (ଉପାଧ୍ୟକ୍ଷ) । ଗଜପତି ଜିଲ୍ଲା କାମଦେବ ବଡ଼ନାୟକ (ଅଧ୍ୟକ୍ଷ), ପଙ୍କଜିନୀ ଦଳାଇ (ଉପାଧ୍ୟକ୍ଷ) । ଗଞ୍ଜାମ ଜିଲ୍ଲା ନୀଳମାଧବ ପାତ୍ର (ଅଧ୍ୟକ୍ଷ), ଲଳିତା ପ୍ରଧାନ (ଉପାଧ୍ୟକ୍ଷ) । ଯାଜପୁର ଜିଲ୍ଲା ରାଜେନ୍ଦ୍ର କାନ୍ଦୁଲିଆ (ଅଧ୍ୟକ୍ଷ), ଶାନି ଜରିକା (ଉପାଧ୍ୟକ୍ଷ) । ଝାରସୁଗୁଡ଼ା ଜିଲ୍ଲା ପାଇଁ ସାମଲ ନାଏକ (ଅଧ୍ୟକ୍ଷ), ସଂଯୁକ୍ତା ଓରାମ (ଉପାଧ୍ୟକ୍ଷ) । କଳାହାଣ୍ଡି ଜିଲ୍ଲା ପାଇଁ ବିଜୟ ଦିଶାରୀ (ଅଧ୍ୟକ୍ଷ), ରୀନା ଭୋଇ (ଉପାଧ୍ୟକ୍ଷ) । କନ୍ଧମାଳ ଜିଲ୍ଲା ପାଇଁ ମାନଗୋବିନ୍ଦ ପ୍ରଧାନ (ଅଧ୍ୟକ୍ଷ), କଳ୍ପନା କହଁର (ଉପାଧ୍ୟକ୍ଷ) । କେନ୍ଦୁଝର ଜିଲ୍ଲା ପାଇଁ ମମିତା ନାୟକ (ଅଧ୍ୟକ୍ଷ), ମାନସ କୁମା ନାଏକ ( ଉପାଧ୍ୟକ୍ଷ) । କୋରାପୁଟ ଜିଲ୍ଲା ପାଇଁ ଭଗବାନ ମୁଦୁଲି (ଅଧ୍ୟକ୍ଷ), ସୁକାନ୍ତି ମାଝୀ (ଉପାଧ୍ୟକ୍ଷ) । ମାଲକାନଗିରି ଜିଲ୍ଲା ପାଇଁ ଗଙ୍ଗାଧର ସୋଡି (ଅଧ୍ୟକ୍ଷ), ସାବିତ୍ରୀ ପଡ଼ିଆମୀ ( ଉପାଧ୍ୟକ୍ଷ) । ମୟୁରଭଞ୍ଜ ଜିଲ୍ଲା ଡ.ବୁଦ୍ଧନ ମୁର୍ମୁ (ଅଧ୍ୟକ୍ଷ), କୌଶଲ୍ୟ ନାଏକ ( ଉପାଧ୍ୟକ୍ଷ) । ନବରଙ୍ଗପୁର ଜିଲ୍ଲା ପାଇଁ ବାସନ୍ତୀ ମାଝୀ, (ଅଧ୍ୟକ୍ଷ) ତ୍ରିନାଥ ଭତ୍ରା (ଉପାଧ୍ୟକ୍ଷ) । ନୟାଗଡ଼ ଜିଲ୍ଲା ପାଇଁ ତ୍ରିନାଥ ମଲ୍ଲିକ (ଅଧ୍ୟକ୍ଷ), ସମିତା ଦେହୁରୀ ( ଉପାଧ୍ୟକ୍ଷ) । ନୂଆପଡ଼ା ଜିଲ୍ଲା ପାଇଁ ଇଂ ହୋମେସସିଂହ ମାଝୀ (ଅଧ୍ୟକ୍ଷ), ବେଲମାତି ମାଝୀ (ଉପାଧ୍ୟକ୍ଷ) । ରାୟଗଡ଼ା ଜିଲ୍ଲା ପାଇଁ ବିଦ୍ୟାଧର ଶବର, (ଅଧ୍ୟକ୍ଷ), ମଞ୍ଜୁଲା ମିନିଆକା (ଉପାଧ୍ୟକ୍ଷ) । ସମ୍ବଲପୁର ଜିଲ୍ଲା ପାଇଁ ଭାଗିନ୍ଦ୍ର କିଶାନ (ଅଧ୍ୟକ୍ଷ), ସୁଷମା ମୁଣ୍ଡା (ଉପାଧ୍ୟକ୍ଷ) । ସୁନ୍ଦରଗଡ଼ ଜିଲ୍ଲା ପାଇଁ ସନ୍ତୋଷ କୁମାର ଅମାତ (ଅଧ୍ୟକ୍ଷ), ଗାଙ୍ଗି କିଣ୍ଡୋ ( ଉପାଧ୍ୟକ୍ଷ) ଦାୟିତ୍ୱ ଦିଆଯାଇଛି ।

ସେପ୍ଟେମ୍ବର ୨୦୨୪ରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ନୂତନ ସରକାର ସମସ୍ତ ୨୩ଟି ସ୍ୱତନ୍ତ୍ର ବିକାଶ ପରିଷଦକୁ ଭାଙ୍ଗି ଦେଇଥିଲେ । ପୂର୍ବରୁ ଏହି ପରିଷଦଗୁଡ଼ିକୁ ରଦ୍ଦ କରାଯାଇଥିବା ବେଳେ, ବର୍ତ୍ତମାନ ନୂତନ ନିଯୁକ୍ତି ସହ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ରାଜ୍ୟର ୬୨ଟି ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ। ସ୍ଥାନୀୟ ଆଦିବାସୀ ଜ୍ଞାନକୌଶଳକୁ ଜୀବିକା ସହ ଯୋଡ଼ିବା । ଆଦିବାସୀ ଭାଷା, କଳା ଏବଂ ପବିତ୍ର ପୀଠଗୁଡ଼ିକର ବିକାଶ । ୨୦୧୭ରେ ୯ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୩ରେ ୨୩ଟି ଜିଲ୍ଲାକୁ ସମ୍ପ୍ରସାରିତ ହୋଇଥିଲା ।

Leave a Reply

Your email address will not be published. Required fields are marked *