ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି । ଏହି ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ଯେ, ଛତିଶା ନିଯୋଗ ସହ ଆଲୋଚନା ହୋଇଛି ଏବଂ ଖୁବଶୀଘ୍ର ସମୟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତିମଣତି ପାଇଁ ଯୋଜନା କରୁଛୁ ବୋଲି ସେ କହିଛନ୍ତି । ପରିଚାଳନା କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ କେଉଁ ସମୟରେ କଲେ ଠିକ ହେବ ବିଚାର ହେବ । ଏସବୁ ବିଚାର କରି ତାରିଖ ଘୋଷଣା ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଅଳଙ୍କାର ଗଣତିମଣତି ନେଇ ତାରିଖ ଓ ମାହେନ୍ଦ୍ରବେଳାର ନିଷ୍ପତ୍ତି ନେବ ପରିଚାଳନା କମିଟି । ଗଣତିମଣତି ସମୟରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ତାଲିକା ପ୍ରସ୍ତୁତ ହୋଇଛି । କହିରଖୁଛୁ ଯେ, ଗତକାଲି ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ଏସଓପିକୁ ନେଇ ବୈଠକ ହୋଇଥିଲା । ରାଜ୍ୟ ସରକାର ଏସଓପିକୁ ଅନୁମୋଦନ କରିବା ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ହୋଇଥିଲା । ପୂର୍ବରୁ, ପୁରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର (କୋଷାଗାର) ରେ ମୂଲ୍ୟବାନ ସାମଗ୍ରୀର ତାଲିକା କାର୍ଯ୍ୟ ତିନି ମାସ ମଧ୍ୟରେ ସାରିବାକୁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । Post navigation Odisha Mines Officer In Vigilance Net: ଖଣି ଅଧିକାରୀଙ୍କ ଘରୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ; ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ Farmers In Tears: ବିଦ୍ୟୁତ ବିଲ ପାଇଁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖିଲେ ଚାଷୀ