ବିଜେଡିର ଚାଷୀ ଆନ୍ଦୋଳନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀଦଳ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ବିରୋଧୀଦଳ ଚାଷୀଙ୍କ ନାଁରେ ରାଜନୀତି କରି ଗୃହକୁ ଅଚଳ କରୁଛନ୍ତି । ବିରୋଧୀଦଳର ଭୂମିକା ନିର୍ବାହ ନ କରି କେବଳ ହୋ ହଲ୍ଲା କରୁଛନ୍ତି । ଲୋକଙ୍କ ସମସ୍ୟା ଗୃହରେ ଉପସ୍ଥାପନ ନ କରି କେବଳ ନାଟକ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଚାଷୀ ଖୁସି, କିନ୍ତୁ ଆଜି ବିରୋଧୀ ଆନ୍ଦୋଳନ କଲେ, ସେଥିରେ ଚାଷୀ ନଥିଲେ । ବିଜେଡି କହୁଥିଲା ଲକ୍ଷାଧିକ ଚାଷୀଙ୍କୁ ନେଇ ବିଧାନସଭା ଘେରାଉ କରିବୁ, କିନ୍ତୁ ଆଜି କେତେ ଲୋକ ଆସିଥିଲେ, ସେଠି ଚାଷୀ ଥିଲେ କି? ରାଜନୈତିକ ଫାଇଦା ହାସଲ ପାଇଁ ଉଦ୍ୟମ କରୁଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, କଂଗ୍ରେସକୁ ବିଦା କରିଥିଲେ ଏବେ ବିଜେଡିକୁ ବି ହଟେଇ ଦେଇଛନ୍ତି । ୨୪ ବର୍ଷ ଶାସନରେ ଥିଲେ, ଯାଇଛନ୍ତି, ଆସନ୍ତା ୨୪ ବର୍ଷ ଯାଏ ଫେରିବେନି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ବିବୃତି ପରେ ବିରୋଧୀଦଳ ପୁଣି ଥରେ ସରକାରଙ୍କ ଉପରେ ନିଶାନା ସାଧିଛନ୍ତି । ବିଜେଡି ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ସରକାର ଚାଷୀଙ୍କ ସମସ୍ୟା ସମାଧାନ ନ କରି କେବଳ ବିରୋଧୀଦଳ ଉପରେ ନିଶାନା ସାଧୁଛନ୍ତି । ସରକାର ଚାଷୀଙ୍କ ହକ ପାଇଁ ଲଢୁନାହାଁନ୍ତି । Post navigation BJP Hits Out At BJD: ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ନାଟକବାଜୀ କରୁଛି ବିଜେଡି: ବିରଂଚି ନାରାୟଣ ତ୍ରିପାଠୀ Man Killed After Hoarding Collapses: ଭୁବନେଶ୍ୱର ଆଇଗିଣିଆରେ ବର୍ଷା ପବନରେ ହୋର୍ଡିଂ ଖସି ଜଣେ ମୃତ