ବିଜେଡିର ବିଶାଳ ଚାଷୀ ସମାବେଶରେ ଗର୍ଜିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀ ସମାବେଶରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବୋଧନ ଦେଇ କହିଛନ୍ତି ଖୁବ ଶୀଘ୍ର ଏ ସରକାର ଦୁଇ ବର୍ଷ ପୂରଣ କରିବ। ଏ ସରକାର ନା ଠିକ ନିଷ୍ପତ୍ତି ନେଇ ପାରୁଛନ୍ତି ନା କାର୍ଯ୍ୟକାରୀ କରି ପାରୁଛନ୍ତି। ନିର୍ବାଚନ ବେଳେ ବହୁତ ବଡ଼ ବଡ଼ କଥା କହୁଥିଲେ। ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇ ଥିଲେ। କିନ୍ତୁ କିଛି ମିଳିଲାନି। ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଥିଲା। କାଳିଆ ଯୋଜନା କରିଥିଲା। ଋଣ ସୁବିଧା କରିଥିଲା। ଜଳସେଚନ ସୁବିଧା କରିଥିଲା। କିନ୍ତୁ ଏ ଡବଲ ଇଂଜିନ ସରକାର କରିଛି କଣ? ନବୀନ ଆଉ ମଧ୍ୟ କହିଛନ୍ତି ଚାଷୀକୁ ସାର ମିଳିଲାନି। ଧାନ ଵି ସରକାର କିଣୁନି। କଟନୀ ଛଟନୀ ବଢ଼ି ଚାଲିଛି। ଚାଷୀ ଠିକ ସମୟ ରେ ପଇସା ପାଉନି। ଅଭିଯୋଗ କଲେ ଚାଷୀ ମିଛ କହୁଛି ବୋଲି ସରକାର କହୁଛନ୍ତି। ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ମୁଁ ଚିଠି ଲେଖିଥିଲି। ନିର୍ବାଚନ ପ୍ରତିଶ୍ରୁତି ଆନ୍ତରିକତା ସହ ପାଳନ କରିବାକୁ ଅନୁରୋଧ କରିଥିଲି। ପ୍ରସ୍ତାବ ଦେଇଥିଲି କଟନୀ ଛଟନୀ ବନ୍ଦ ପାଇଁ special squad କର। ମିଲର ଓ ସରକାରୀ ଅଫିସରଙ୍କ nexus ଭାଙ୍ଗ। input subsidy ରୁ ୧୫୦ quintal ceiling ଉଠାଅ। ୪୮ ଘଣ୍ଟା ରେ DBT ରେ ଚାଷୀ କୁ ପଇସା ଦିଅ। ଖୋଲା ରେ ପଡ଼ିଥିବା ଧାନ କୁ ୭୨ ଘଣ୍ଟା ରେ କିଣାଯାଉ। କିନ୍ତୁ ଦୁଃଖର କଥା ୧୫ ଦିନ ବିତିଗଲା କିନ୍ତୁ କିଛି ହେଲାନି। ପ୍ରଚାର ରେ ଶହ ଶହ କୋଟି ଖର୍ଚ୍ଚ ହେଉଛି କିନ୍ତୁ ଚାଷୀଙ୍କ ପାଇଁ ନାହିଁ? ସେ ଆଉ ମଧ୍ୟ କହିଛନ୍ତି ଗତ ଆଠ ଦିନ ହେଲା ଚାଷୀ ଙ୍କ ସମସ୍ୟା ପାଇଁ ବିଜେଡି ବିଧାନସଭା ରେ ଲଢୁଛି । କିନ୍ତୁ ଏ ସରକାରର ଚାଷୀ ପ୍ରତି ଖାତିର ହିଁ ନାହିଁ। slogan ରେ ଜୟ କିଷାନ, କିନ୍ତୁ କାମ ରେ ଭାଗୋ କିଷାନ । ଏହା ସହ ଆଇନ ଶୃଙ୍ଖଳା କଥା ନ କହିବା ଭଲ। ଏ ରାଜ୍ୟରେ କେହିବି ନିରାପଦ ନୁହନ୍ତି। ଚାଷୀ ତାର ହକ ପାଉନି। ମା ମାନଙ୍କୁ ସୁରକ୍ଷା ମିଳୁନି। ଯୁବ ସମାଜ କୁ ରୋଜଗାର ମିଳୁନି। ସବୁ ପରୀକ୍ଷା ପ୍ରଶ୍ନ ପେପର ଲିକ୍। This govt cannot even organise even a single exam properly । ସାଧାରଣ ଲୋକ ର ଦୁଃଖ ସରୁନି।ଏ ସରକାର କରୁଛି କଣ? ଲୋକଙ୍କୁ ସେବା ଦରକାର, ନେତା ଙ୍କ ପ୍ରବଚନ ନୁହେଁ । କାହାଣୀ ରେ ସରକାର ଚାଲେନି,କାମ ଦରକାର। ବିଜୁ ଜନତା ଦଳ ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରଖିବ ଆଉ ସରକାରଙ୍କର କୁମ୍ଭକର୍ଣ ନିଦ ହଜେଇ ଦେବା ବୋଲି କହିଛନ୍ତି ନବୀନ ପଟ୍ଟନାୟକ Post navigation SuperMarket Fire: ଭୁବନେଶ୍ୱର ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ: ଫୋମ ଦ୍ଵାରା ନିଆଁକୁ କରାଯିବ ଆୟତ Elephant Deaths: ରାଜ୍ୟରେ ଦେଢ଼ ବର୍ଷରେ ମଲେଣି ୧୧୪ ହାତୀ: ଗଣେଶ ରାମ ସିଂ ଖୁଣ୍ଟିଆ