ପିଏମଶ୍ରୀ ଭିଭିଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ଇଂରାଜୀ ପରୀକ୍ଷା ଦେଇ ଆସିବା ପରେ ମାଟ୍ରିକ ପରୀକ୍ଷାର୍ଥୀ ଜୀବନ ହାରିଛନ୍ତି । ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କପି କରୁଥିବା ଅଭିଯୋଗରେ ପରୀକ୍ଷାର୍ଥୀକୁ ଭୟ ଦେଖାଇବା ପରେ ଆତ୍ମହତ୍ୟା ଘଟଣା ଘଟିଛି । ଗତ ଶନିବାର ଦିନ ମାଟ୍ରିକ ଇଂରାଜୀ ପରୀକ୍ଷା ବେଳେ ଶ୍ରୀରାମ ନଗର ଅଞ୍ଚଳର ଏହି ଦଶମ ଶ୍ରେଣୀ ଛାତ୍ରୀ କପି କରିଥିଲେ । ଏନେଇ ପରୀକ୍ଷା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ତାଙ୍କୁ ବିଭିନ୍ନ ପ୍ରକାର ଭୟ ଦେଖାଇଥିଲେ । ଫଳରେ ଝିଅ ଜଣଙ୍କ ଭୟରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଝିଅଙ୍କ ପରିବାର ଲୋକେ ଏନେଇ ପୋଲିସ ଅଭିଯୋଗ କରିଛନ୍ତି । Post navigation Rajya Sabha Elections: ରାଜ୍ୟସଭା ପ୍ରାର୍ଥୀ ନେଇ ବିଜେପି କୋର କମିଟିରେ ଆଲୋଚନା