ଆଜି ମନ କି ବାତର ୧୩୧ତମ ଏପିସୋଡ୍ ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଓଡିଶା ଚାଷୀ ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କରିଛନ୍ତି ମୋଦି। ମୋଦି କହିଛନ୍ତି ଯୁବ ଚାଷୀ ହିରୋଦ ପଟେଲ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକର ରତନପୁର ଗ୍ରାମର ବାସିନ୍ଦା। ବାପା ଶିବଶଙ୍କର ପଟେଲଙ୍କଠାରୁ ପ୍ରେରଣା ପାଇ ହିରୋଦ ଚାଷ ଆରମ୍ଭ କରିଥିଲେ। ପରେ କିନ୍ତୁ ସେ ଏହାକୁ ନୂଆ ଦିଗ ଦେଇଥିଲେ । ଚାଷ ଜମିରେ ଥିବା ଏକ ପୋଖରୀ ଉପରେ ସେ ଢାଞ୍ଚା ତିଆରି କରିଥିଲେ । ଏଥିରେ ସେ ବିଭିନ୍ନ ପ୍ରକାର ଗଛ ଲଗାଇଛନ୍ତି । ଏହାସହ ପୋଖରୀରେ ମତ୍ସ୍ୟପାଳନ କରୁଛନ୍ତି । ‘ଧାନ, କଦଳୀ, ମାଛ ଚାଷ କରି ବେଶ୍ ଲାଭବାନ୍ ହେଉଛନ୍ତି। ହିରୋଦଙ୍କ ଚାଷ ପ୍ରଣାଳୀ ଦେଖିବାକୁ ଅନେକ ଲୋକ ଆସୁଛନ୍ତି। ପାରମ୍ପରିକ କୃଷିକୁ ଏକ ଅତ୍ୟନ୍ତ ଲାଭଦାୟକ ଏବଂ ସ୍ଥାୟୀ ଉଦ୍ୟମରେ ପରିଣତ କରିବା କ୍ଷେତ୍ରରେ ସେ ଜଣେ ଅଗ୍ରଣୀ ଚାଷୀ। ତାଙ୍କ ଚାଷ ପ୍ରଣାଳୀ ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଛି। ତେଣୁ ହିରୋଦଙ୍କଠାରୁ ଚାଷଶୈଳୀ ଶିକ୍ଷା ନେବାକୁ ପରାମର୍ଶ ଦେଇଛନ୍ତି। ଓଡ଼ିଆ ଚାଷୀ ହିରୋଦ ତାଙ୍କର ଅଭିନବ ସମନ୍ୱିତ କୃଷି ମଡେଲ ପାଇଁ ଉଲ୍ଲେଖନୀୟ ସ୍ୱୀକୃତି ପାଇଛନ୍ତି। ଆଇଟିଆଇ ପାଠପଢ଼ା ପରେ ଚାଷ କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। Post navigation Mann Ki Baat: ବ୍ୟାଙ୍କ ଡାଟା କାହାକୁ ନ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ OCA Election Controversy: ତେଜିଲା ଓସିଏ ନିର୍ବାଚନ କଳି; ଜେନେରାଲ୍ ବଡି ବୈଠକକୁ ବୟକଟ୍ କଲେ ଲଳିତେନ୍ଦୁ