ଆଇଆରଏସ୍ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ସହିଦ୍ନଗର ଥାନା ଅଞ୍ଚଳ ସତ୍ସଙ୍ଗ ବିହାର ସରକାରୀ କ୍ବାର୍ଟର୍ସରେ ଦୁଷ୍କର୍ମ ସହ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ଭାଇରାଲ୍ କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସହୀଦନଗର ପୋଲିସ୍ ତଦନ୍ତ ଆରମ୍ଭ କରିଛି । ପୀଡିତାଙ୍କ ଅଭିଯୋଗ ପରେ, ସହିଦ ନଗର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା, ଏବଂ ପୋଲିସ ଅଭିଯୁକ୍ତ ଆଇଆରଏସ ଅଧିକାରୀଙ୍କ ବାସସ୍ଥାନ ଯାଞ୍ଚ କରିଛି। ସୂଚନା ଯୋଗ୍ୟ; ଆଇଆରଏସ୍ ଅଫିସ୍ର ଜଣଙ୍କ ସତସଙ୍ଗ ବିହାର ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ପରିବାର ସହ ରହନ୍ତି । କିଛିଦିନ ତଳେ ଆଇଆର୍ଏସ୍ ଅଫିସରଙ୍କ ଭଉଣୀ ତାଙ୍କ ଘରକୁ ଆସିଥିଲେ । ତାଙ୍କ ସହ ଆସିଥିଲେ କୁଜଙ୍ଗ ଅଞ୍ଚଳର ମିଲି ନାମକ ଜଣେ ଯୁବତୀ । ୧୫ ତାରିଖ ଦିନ ଆଇଆରଏସ୍ଙ୍କ ଭଉଣୀ ଓ ପତ୍ନୀ କୌଣସି କାମରେ ବାହାରକୁ ଯାଇଥିଲେ । ଏହି ସମୟରେ ମିଲି ଘରେ ଥିଲେ । ଅଫିସର୍ ଜଣଙ୍କ ତାଙ୍କୁ ଲାପଟପରେ ଏକ ସିନେମା ଦେଖିବାକୁ ବେଡରୁମକୁ ଡାକି ଅଶ୍ଳୀଳ ଭିଡିଓ ଦେଖାଇଥିଲେ। ତା’ପରେ ଯୁବତୀଙ୍କୁ ବଳାତ୍କାର କରିଥିଲେ। ମିଲି ପ୍ରତିବାଦ କରିବା ସହ ଥାନାକୁ ଯିବାକୁ ଧମକ ଦେଇଥିଲେ। ହେଲେ ଅଫିସର୍ ଜଣଙ୍କ ଫୋନ୍ରେ ମିଲିଙ୍କ ଡ୍ରେସ ବଦଳାଉ ଥିବାବେଳର ଉଲଗ୍ନ ଫଟୋ ରେକର୍ଡିଂ ରଖିଥିବା କହି ବ୍ଲାକମେଲ କରିଥିଲେ। ଥାନାରେ ଏତଲା ଦେଲେ କିମ୍ବା ଘଟଣା ସଂପର୍କରେ କାହାକୁ କିଛି କହିଲେ ଉକ୍ତ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏଥିରେ ମିଲି ଡରି ଯାଇଥିଲେ। ତେବେ ମଉକା ଦେଖି ସେହିଦିନ ଉକ୍ତ କ୍ୱାର୍ଟର୍ସ ଛାଡି ମିଲି ଖସି ପଳାଇଥିଲେ । ତେବେ ଗତ ୧୮ ତାରିଖ ଦିନ ମିଲି ଜାଣିବାକୁ ପାଇଥିଲେ ଯେ ଆଇଆରଏସ୍ ଅଫିସ୍ର ରଖିଥିବା ତାଙ୍କ ଅଶ୍ଳୀଳ ଫଟୋକୁ ଭାଇରାଲ୍ କରିଦେଇଛନ୍ତି । ଘଟଣା ସଂପର୍କରେ ପଚାରିବାକୁ ମିଲି ତାଙ୍କୁ ଯୋଗାଯୋଗ କରିଥିଲେ । ହେଲେ ଆଇଆରଏସ୍ ଅଫିସର ଜଣଙ୍କ ତାଙ୍କୁ ପୁଣି ପୁରୀର ଏକ ହୋଟେଲ୍କୁ ଡାକିଥିଲେ । ହୋଟେଲ୍ ନ ଗଲେ ଘର ଲୋକଙ୍କୁ ଭିଡିଓ ପଠାଇଦେବେ ବୋଲି ଧମକ ଦେଇଥିଲେ। କିଛି ଉପାୟ ନ ପାଇ ମିଲି ସହିଦ୍ନଗର ଥାନାରେ ଏତଲା ଦେଇଥିଲେ। Post navigation Five PoliceMen Died In Jharsuguda: ଝାରସୁଗୁଡ଼ା ଥାନା ସମ୍ମୁଖରେ ଟିପର୍-ବୋଲେରୋ ଧକ୍କା; ୫ ପୋଲିସ କର୍ମଚାରୀ ମୃତ Bhupen Borah Joins BJP: ବିଜେପିରେ ମିଶିଲେ ଭୂପେନ ବୋରା