ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ମାଉଣ୍ଟବେଟ୍ଟନ-ୱିଣ୍ଡସର ଗିରଫ । ଜେଫ୍ରି ଏପଷ୍ଟିନ କେଳେଙ୍କାରୀ ସମ୍ପର୍କିତ ମାମଲାରେ ବ୍ରିଟେନ୍ ରାଜା ଚାର୍ଲଙ୍କ ସାନ ଭାଇ ଆଣ୍ଡ୍ର୍ୟୁ ମାଉଣ୍ଟବେଟନ-ୱିଣ୍ଡସରଙ୍କୁ ଗୁରୁବାର ଗିରଫ କରାଯାଇଛି।

ବ୍ରିଟେନ୍‌ର କୌଣସି ଯୁବରାଜ ଗିରଫ ହେବା ପ୍ରଥମ ଘଟଣା । ପବ୍ଲିକ୍‌ ଅଫିସ୍‌ର ଅପବ୍ୟବହାର କରିବା ଅଭିଯୋଗ ରହିଛି । ଏପଷ୍ଟିନ୍‌ଙ୍କୁ ବାଣିଜ୍ୟ ଚୁକ୍ତି ସମ୍ପର୍କିତ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗ ଥିଲା । କୁଖ୍ୟାତ ଯୌନ ଅପରାଧୀ ଏପଷ୍ଟିନ୍‌ଙ୍କ ସହ ସମ୍ପର୍କ ପାଇଁ ଦାୟିତ୍ବ ହରାଇଥିଲେ । ଆଣ୍ଡ୍ର୍ୟୁଙ୍କୁ ଯୁବରାଜ ଦାୟିତ୍ବରୁ ହଟାଇ ଦେଇଥିଲେ ରାଜା ଚାର୍ଲ୍ସ ତୃତୀୟ ।

ଥେମ୍ସ ଭ୍ୟାଲି ପୋଲିସର ସୂଚନା ଅନୁଯାୟୀ, ଆଣ୍ଡ୍ର୍ୟୁଙ୍କ ବିରୋଧରେ ‘ସରକାରୀ ପଦବୀର ଅପବ୍ୟବହାର’ ଭଳି ସଙ୍ଗୀନ ଅଭିଯୋଗ ରହିଛି। ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏପଷ୍ଟାଇନ୍‌ଙ୍କ ନୂତନ ଦସ୍ତାବିଜରୁ ଜଣାପଡ଼ିଛି ଯେ, ବ୍ରିଟେନର ବାଣିଜ୍ୟ ଦୂତ ଭାବରେ କାର୍ଯ୍ୟ କରୁଥିବା ସମୟରେ ଆଣ୍ଡ୍ର୍ୟୁ କିଛି ଗୋପନୀୟ ସରକାରୀ ତଥ୍ୟ ଏପଷ୍ଟାଇନ୍‌ଙ୍କୁ ହସ୍ତାନ୍ତର କରିଥିଲେ। ଏହି ଖୁଲାସା ପରେ ପୋଲିସ୍ ତାଙ୍କ ନରଫୋକ୍‌ସ୍ଥିତ ସାଣ୍ଡ୍ରିଂହାମ୍ ବାସଭବନରେ ଚଢ଼ଉ କରି ତାଙ୍କୁ ହେପାଜତକୁ ନେଇଛି।

ଆଜି ସକାଳେ, ପୂର୍ବ ଇଂଲଣ୍ଡର ସାଣ୍ଡ୍ରିଂହାମ ଇଷ୍ଟେଟରେ ଥିବା ଉଡ୍ ଫାର୍ମରେ ୬ଟି ସାଧାରଣ କାରରେ ପ୍ରାୟ ୮ ସାଧା ପୋଷାକ ପିନ୍ଧା ପୁଲିସ ଅଧିକାରୀ ପହଞ୍ଚିଥିଲେ। ଏହି ସମ୍ପତ୍ତିଟି ପୂର୍ବ ଇଂଲଣ୍ଡର ଏକ ରାଜ୍ୟ ନର୍ଫୋକରେ ରହିଛି। ସେଠାରେ ଜେରା ପରେ ଆଣ୍ଡ୍ର୍ୟୁଙ୍କୁ ଗିରଫ କରାଯାଇଛି।

ଅନ୍ୟପଟେ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନଙ୍କୁ ଗୁପ୍ତ ସରକାରୀ କାଗଜପତ୍ର ପ୍ରଦାନ କରିଥିବା ଅଭିଯୋଗରେ ତଦନ୍ତ କରୁଥିବା ଥେମ୍ସ ଭ୍ୟାଲି ପୁଲିସ ଚଳିତ ମାସ ଆରମ୍ଭରେ ସୂଚନା ଦେଇଥିଲା। ଆମେରିକା ସରକାରଙ୍କ ଦ୍ୱାରା ସମ୍ପ୍ରତି ପ୍ରକାଶିତ ଫାଇଲଗୁଡ଼ିକରେ ଥିବା ଦାବିଗୁଡ଼ିକର ପୁଲିସ ଯାଞ୍ଚ କରିଥିଲା। ତେବେ ଗୁରୁବାର ଆଣ୍ଡ୍ର୍ୟୁଙ୍କୁ ଗିରଫ କରିବା ନେଇ ଥେମ୍ସ ଭ୍ୟାଲି ପୁଲିସ କୌଣସି ସୂଚନା ଦେଇ ନାହିଁ।

 

Leave a Reply

Your email address will not be published. Required fields are marked *