ପରିବହନ ବିଭାଗ ଗାଡ଼ିର ନାହିଁ ପିୟୁସିସି । ପିୟୁସିସିକୁ ନେଇ ସାଧାରଣ ଲୋକ ନାକେଦମ ହେଉଥିବା ବେଳେ ବିନା PUCCରେ ପରିବହନ ବିଭାଗର ମାଳ ମାଳ ଗାଡ଼ି ଗଡୁଛି । ଏ ନେଇ ଆଜି ବିଧାନସଭାର ଲିଖିତ ଉତ୍ତରରୁ ଆସିଲା ସାଙ୍ଘାତିକ ତଥ୍ୟ । ଆଜି ବିଧାନସଭାର ଏକ ଅଣତାରା ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ଖୋକୋଦ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ତଥ୍ୟ ଅନୁସାରେ ପରିବହନ କାର୍ଯ୍ୟାଳୟରେ ନିୟୋଜିତ ହୋଇଛି ୨୪୨ଟି ଗାଡ଼ି । ସେଥି ମଧ୍ୟରୁ ୪୪ଟି ଗାଡ଼ି ରାଜ୍ୟ ସରକାରଙ୍କର ନିଜସ୍ୱ । ଏବଂ ୧୯୮ଟି ଗାଡ଼ି ଭଡ଼ାରେ ଆଣିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ସବୁ ଗାଡ଼ିର ପିୟୁସିସି ଅବଧି ୨୦୨୫ ଡିସେମ୍ବର ୨୨ରୁ ଶେଷ ରହିଥିଲା। ଏଥି ସହିତ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ରାଜ୍ଯରେ ଗଡ଼ୁଥିବା ସ୍କୁଲ ଅଧିକାଂଶ ସ୍କୁଲ ବସ ଗୁଡ଼ିକର ଫିଟନେସ ସରିଗଲାଣି। ତଥାପି ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ବିନା ଫିଟନେସ ପ୍ରମାଣ ପତ୍ରରେ ଗାଡ଼ି ଚଳାଉଛନ୍ତି। ଯେଉଁ ଗାଡ଼ିର ଫିଟନେସ ନାହିଁ ତା ଉପରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ସ୍କୁଲ ବସର ଫିଟନେସ ଓ ପିୟୁସିସି ଆବଶ୍ୟକ । ଏସବୁର ଯାଞ୍ଚ ହେବ । କିଛି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ହେଲାଣି । ବାରମ୍ବାର ଅମାନିଆ ହେଲେ ସେହି ଗାଡିଗୁଡିକର RC ବାତିଲ ହେବ । Post navigation Jaundice Spreads In Cuttack: କଟକରେ ଜଣ୍ଡିସ କାୟା ବିସ୍ତାର କରିବା ପ୍ରସଙ୍ଗ; ଦାୟିତ୍ୱ ତୁଲାଉନାହାନ୍ତି ମେୟର: ବିଧାୟିକା ସୋଫିଆ New Subdivision May Be Formed In Odisha: ରାଜ୍ୟରେ ଗଠନ ହୋଇପାରେ ୬୬ ନୂଆ ସବଡିଭିଜନ: ରାଜସ୍ୱ ମନ୍ତ୍ରୀ