ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ସମ୍ଭାବନା ରହିଛି। ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତିକରି ଭାରତ ମହାସାଗର ମୁହାଁ ହେବା ସମ୍ଭାବନା ରହିଛି । ତେଣୁ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବନି ବୋଲି ଅନୁମାନ କରାଯାଉଛି  । ତେବେ ଲଘୁଚାପ ଅବପାତର ରୂପ ନେବ କି ନାହିଁ ତାହା ଆସନ୍ତା ୨୪ ଘଣ୍ଟାରେ ସ୍ପଷ୍ଟ ହେବ ।

ଗତ କିଛି ଦିନ ହେବ ରାଜ୍ୟରେ କୁହୁଡି ଲହରୀ ଜାରି ରହିଥିବା ବେଳେ ଆଜି ତାପମାତ୍ରାରେ ଆହୁରି ହ୍ରାସ ଦେଖାଯାଇଛି । ରାଜ୍ୟରେ ବର୍ତ୍ତମାନ କାଲୁଆ ପବନ ସହ ଶୀତ ଜାରି ରହିଛି । ଗତ ୨ ଦିନ ହେବ ଶୀତ ସାମାନ୍ୟ କମ୍ ଥିବା ବେଳେ ଆଜିଠାରୁ ପୁଣି ଶୀତର ମାତ୍ରା ବଢ଼ିଛି । ଆଗାମୀ ୪ ଦିନରେ ଏହା ଆହୁରି ବୃଦ୍ଧି ପାଇବ ବୋଲି କହିଛି ପାଣିପାଗ ବିଭାଗ । କାରଣ ଆଗାମୀ ୪ ଦିନ ଭିତରେ ରାତ୍ରି ତାପମାତ୍ରା ରେ ପରିବର୍ତ୍ତନ ହେବ । ଅର୍ଥାତ ୨ରୁ ୪ ଡିଗ୍ରୀ ରାତ୍ରି ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ ସୂଚନା ଦିଆଯାଇଛି।

 

Leave a Reply

Your email address will not be published. Required fields are marked *