କ୍ରମାଗତ ‘ଆମ ବସ୍’ ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ । ପରିବହନ କମିଶନର ଅମିତାଭ ଠାକୁରଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି । ବସ୍‌ ଫିଟନେସ୍, ଚାଳକ ସ୍ଥିତି ଓ ସଡ଼କ ସୁରକ୍ଷା ନିୟମର ଯାଞ୍ଚ କରାଯାଇଛି ।ମାଷ୍ଟରକ୍ୟାଣ୍ଟିନ ଡିପୋରେ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍‌ର ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ଡିପୋ ବାହାରେ ପୋଲିସ ପକ୍ଷରୁ ବ୍ରେଥ ଆନାଲାଇଜର ଜରିଆରେ ଯାଞ୍ଚ।

ଘଟଣାକୁ ଗୁରୁତର ଭାବେ ନେଇ ଆମ-ବସ୍ ଚାଳକ ମାନଙ୍କ ଦକ୍ଷତା ବିକାଶକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି। ଏଥିପାଇଁ ଚାଳକ ମାନଙ୍କୁ ନିୟମିତ ତାଲିମ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଆମ ବସ୍‌ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ। ତାଲିମ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ଼ ଗଠନ ପାଇଁ ନିର୍ଦେଶ ଦେଇଥିଲେ।ବସ୍ ଗୁଡିକର ଫିଟନେସ ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ ଗତକାଲି ଘଟିଥିବା ଦୁର୍ଘଟଣା ପରେ ଚାରିଆଡ଼େ ଆମ ବସ୍‌ ଯାଞ୍ଚ ହୋଇଛି । ନରାଜ ସ୍ଥିତ ଡିପୋରେ RTO ପକ୍ଷରୁ ‘ଆମ ବସ୍‌’ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଇଛି । ନିଶା ସେବନ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟର ଯାଞ୍ଚ କରାଯାଇଥିବା ଦେଖାଯାଇଛି । ସେହିପରି ପରିବହନ ବିଭାଗ ପକ୍ଷରୁ ରାଉରକେଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କଡ଼ାକଡ଼ି କରାଯାଇଛି । ୩ଟି ଟିମ୍‌ରେ ବିଭକ୍ତ ହୋଇ ଯାଞ୍ଚ କରୁଛନ୍ତି ପରବହନ କର୍ମଚାରୀ । ଡ୍ରାଇଭର ଲାଇସେନ୍ସ, ଗାଡ଼ି ଫିଟନେସ୍‌, ମଦ୍ୟପାନ ଆଦି ନେଇ ଯାଞ୍ଚ ହୋଇଛି ।ରାଉରକେଲାରେ ଚାଲୁଥିବା ସମସ୍ତ ୧୧୦ ବସ୍‌କୁ ଯାଞ୍ଚ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *