ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ଓପିସିସିର ପୂର୍ବତନ ସଭାପତି ତଥା ପ୍ରତିଥଯଶା ସାହିତ୍ୟିକ ସ୍ଵର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଆଜି କଂଗ୍ରେସ ଭବନ ଠାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଶ୍ରଦ୍ଧାସୁମନ ଅର୍ପଣକରି ଏଆଇସିସି ସାଧାରଣ ସମ୍ପାଦକ ସୂର୍ଯେୱାଲା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକ ୨ ଟଙ୍କିଆ ଚାଉଳର ଜନକ ବୋଲି ଆଖ୍ୟା ଦେଇଥିଲେ । ଦେଶରେ କେହି ଭୋକ ଉପାସରେ ନ ରହିବେ ବୋଲି କଂଗ୍ରେସ ପ୍ରଥମେ ଗରିବ ଜନସାଧାରଣଙ୍କର ପେଟକୁ ଦାନା ଦେବା ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ସମଗ୍ର ଦେଶରେ ଆରମ୍ଭ କରିଥିଲା ବୋଲି ମୋଇଲି କହିଥିଲେ । ସଭାପତି ଦାସଙ୍କ ସମେତ ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ପ୍ରଥମେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ବିଶିଷ୍ଟ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ବୃତ୍ତଚିତ୍ର ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏମ ବିରପ୍ପା ମୋଇଲି, ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ ରଣଦୀପ ସିଂ ସୂର୍ଯେୱାଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଉନ୍ମୋଚନ କରିଥିଲେ । ଅନେକ ସମୟରେ ସାମାଜିକ ସୁରକ୍ଷା ଏବଂ ଲୋକଙ୍କ ଅର୍ଥନୈତିକ ପ୍ରଗତୀ ବିଷୟରେ ଆଲୋଚନା କରୁଥିଲୁ । ସ୍ୱର୍ଗତ ପଟ୍ଟନାୟକ ଏକ ବହୁଗୁଣ ପ୍ରତିଭାର ଅଧିକାରୀ ଥିଲେ, ଏକାଧାରରେ ସାହିତ୍ୟିକ, ପ୍ରଶାସକ ଓ ବିକାଶର ବ୍ୟକ୍ତିତ୍ୱ ଥିଲେ । ଶିଳ୍ପର ବିକାଶ ହେଲେ ରାଜ୍ୟର ବିକାଶ ହେବ,ଏଥିପାଇଁ ସେ ହଜାରେ ଦିନରେ ହଜାର ଶିଳ୍ପର ମୂଳଦୂଆ ପକାଇଥିଲେ । ଜଣେ ସୁସଂଗଠନ ଭାବରେ ତାଙ୍କର ଖ୍ୟାତି ଥିଲା ବୋଲି ପିସିସି ସଭାପତି ଦାସ କହିଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ସହ ପ୍ରଭାରୀ ଜେଟି କୁସୁମ କୁମାର, ମନୋରଞ୍ଜନ ଦାଶ ଜାନକୀ ବାବୁଙ୍କର ବହୁମୁଖୀ ପ୍ରଭା ଓ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ପରିଚାଳନା କରିଥିଲେ । Post navigation Centenary of Janaki Ballabh Patnaik: ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ Woman BDO Attacked: ମହିଳା ବିଡିଓଙ୍କୁ ବିଜେପି କର୍ମୀଙ୍କ ସଂଘବଦ୍ଧ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ: ବିଜେଡି