ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବ ଓଡ଼ିଶା ବିଧାନସଭାର କାହାଣୀ । ପ୍ରଥମଥର ଓଡ଼ିଶା ବିଧାନସଭାରେ ପାଦ ଥାପିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ବିଧାନସଭାରେ ପହଞ୍ଚିବା ପରେ ଗୃହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି ଆପଣଙ୍କ ଗହଣରେ ଉପସ୍ଥିତ ରହି ବହୁତ ଆନନ୍ଦିତ । ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି । କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବା ନିଶ୍ଚିତ ନିଆରା । ଆଜି ମୁଁ ଯେଉଁଠି ଅଛି ତାହାର ଶ୍ରେୟ ଏହି ଗୃହର ।ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନ ଥିଲେ ଏଠି ପହଞ୍ଚି ପାରି ନ ଥାନ୍ତି । ଏହି ଗୃହରେ ବିଧାୟିକା ଭାବେ ପ୍ରଶ୍ନ ପଚାରିଛି । ଏହି ଗୃହରେ ମନ୍ତ୍ରୀ ଭାବେ ପ୍ରଶ୍ନର ଉତ୍ତର ଦେଇଛି । ଗ୍ୟାଲେରୀରେ ବସିଥିବା କିଛି ପୂର୍ବତନ ବିଧାୟକଙ୍କ ସହ କାମ କରିଛି । ଆଜି ମୁଁ ସେମାନଙ୍କୁ ପାଖରେ ପାଇ ଆବିଭୂତ । ଏହି କଳିଙ୍ଗ ଚଣ୍ଡାଶୋକ ଅଶୋକଙ୍କୁ ଧର୍ମାଶୋକ କରିଛି । ସେ ଆଉ ମଧ୍ୟ କହିଛନ୍ତି ଐତିହାସିକ ନୌବାଣିଜ୍ୟ, ଇଂରେଜ ବିରୋଧୀ ଲଢ଼େଇରୁ ଶିକ୍ଷା ମିଳିଛି । ମହତାବ, ବିଜୁ ପଟ୍ଟାନୟକଙ୍କ ସମେତ ବହୁ ନିର୍ମାତାଙ୍କୁ ମନେପକାଇଲେ ।ଓଡ଼ିଶା ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ବ ବଢ଼ିଛି । ଆଜି ବିଧାନସଭାକୁ ଜଣେ ମହିଳା ବାଚସ୍ପତି ଚଳାଉଛନ୍ତି । ଓଡ଼ିଶା ସବୁ ପ୍ରକାର ସମ୍ବଳରେ ପରିପୂର୍ଣ୍ଣ । ତେଣୁ ଓଡ଼ିଶାକୁ ଏକ ଅଗ୍ରଣୀ ପ୍ରଦେଶରେ ପରିଣତ କରାଯାଇ ପାରିବ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବାର ଆବଶ୍ୟକତା ରହିଛି । ରାଷ୍ଟ୍ରପତି କହିଛନ୍ତି ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ ଭାବେ ଗ୍ରହଣ କରନ୍ତୁ । ଏହା ବିକଶିତ ଭାରତର ପରିକଳ୍ପନା ପାଇଁ ସମ୍ଭବ ।ବପ୍ରଜାମାନେ ଅନେକ ସ୍ବପ୍ନ ନେଇ ଆପଣଙ୍କୁ ପଠାଇଛନ୍ତି । ସେମାନଙ୍କ ମୁହଁରେ ହସ ଫୁଟାଇବା ଆପଣଙ୍କ କର୍ତ୍ତବ୍ୟ । ଗୃହରେ ଆପଣଙ୍କ ଉଚ୍ଚାରଣ ଓ ଆଚରଣ ଭଲ ରହିବା ଉଚିତ । କାରଣ ଆଜିର ଟେକ୍ନୋଲୋଜି ଜରିଆରେ ତାହା ସମସ୍ତେ ଦେଖୁଛନ୍ତି । ସୂଚନା ଯୋଗ୍ୟ; ଆଜି ଅପରାହ୍ନ ୪ଟା ୨୦ରେ ରାଷ୍ଟ୍ରପତି ବିଧାନସଭା ପରିସରରେ ପହଁଚିଥିଲେ । ମାନ୍ୟବର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ । ଏହା ପରେ ସମସ୍ତ ଗୃହର ସମସ୍ତ ସଦସ୍ୟ, ସଦସ୍ୟା ଓ ସାଂସଦଙ୍କ ସହିତ ରାଷ୍ଟ୍ରପତି ଫଟୋ ଉଠାଇଥିଲେ । ଏହାପରେ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ । ପ୍ରଥମେ ବାଚସ୍ପତି ସୁରମା ପାଢ଼ୀ ରାଷ୍ଟ୍ରପତିଙ୍କୁ ଗୃହ କାର୍ଯ୍ୟକୁ ସ୍ୱାଗତ କରିଥିଲେ । ବାଚସ୍ପତି ସ୍ୱାଗତ ଭାଷଣ ରଖିବା ସହିତ ଉତ୍ତରୀୟ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ଏବଂ ଓଡ଼ିଶା ବିଧାନ ସୌଧର ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଧାନସଭା ଗୃହରେ ବଧାଇ ଜଣାଇ ବିବୃତି ରଖି ବାଚସ୍ପତି ରାଷ୍ଟ୍ରପତିଙ୍କ ରାଜନୈତିକ କ୍ୟାରିୟର ଓ ଅନ୍ୟାନ୍ୟ କାର୍ଯ୍ୟକୁ ମନେ ପକାଇଲେ । ବାଚସ୍ପତି କହିଛନ୍ତି ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ । ଆମ ପାଇଁ ଆଜି ଗର୍ବର ବିଷୟ । ଓଡ଼ିଆ ଝିଅ ଭାବେ ସର୍ବୋଚ୍ଚ ଆସନରେ ବସିଥିବାରୁ ଗର୍ବିତ । ସେହିପରି ବିଧାନସଭାରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ରାଜ୍ୟପାଳ । ସେ କହିଛନ୍ତି ପ୍ରତିକୂଳ ପରିସ୍ଥିତିରୁ ଆସି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଗଣତାନ୍ତ୍ରିକ ମୂଲ୍ୟବୋଧ ନେଇ ଆପଣଙ୍କ କାର୍ଯ୍ୟ ସ୍ମରଣୀୟ । ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ସମନ୍ବୟ ମଧ୍ୟ ରଖିଲେ ତଥ୍ୟ । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଦୀର୍ଘ ୭୫ବର୍ଷରେ ଓଡ଼ିଶା ବିଧାନସଭାରେ ଆଜିର ଦିନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏକ ସାମାନ୍ୟ ସାନ୍ତାଳୀ ପରିବାରରେ ଜନ୍ମ ଗ୍ରହଣ କରି ସମସ୍ତ ଝଡ଼ଝଞ୍ଝାକୁ ଅତିକ୍ରମ କରି ସଫଳତା ହାସଲ କରିଛନ୍ତି । ଏହା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଅଭିଭାଷଣ ରଖିଥିଲେ । ସେ କହିଛନ୍ତି ଓଡ଼ିଆ ମାଟିକୁ ରାଷ୍ଟ୍ରପତି ଗୌରାନ୍ୱିତ କରିଛନ୍ତି । ବିଧାନସଭା ଗୃହରେ ସମସ୍ତ ପୂର୍ବତନ ବିଧାୟକ ଓ ବିଧାୟିକା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ଲୋକସଭା ଓ ରାଜ୍ୟସଭା ସାଂସଦ ପ୍ରମୁଖ ଉପସ୍ଥିତ ରହି ଏହି ଐତିହାସିକ ଦିନର ସାକ୍ଷୀ ରହିଥିଲେ । Post navigation Bay Of Bengal Storm: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଡିଟୱା’ Odisha Assembly: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ବିଧାନସଭା ଆଗମନ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ