ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ମ୍ୟାଚରେ ଭାରତର ସ୍ଥିତି ଦୟନୀୟ । ଗୌହାଟୀ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ଖାମଖିଆଲି ପ୍ରଦର୍ଶନ ଦେଖିବାକୁ ମିଳିଛି । ୨୦୧ ରନ୍‌ରେ ଅଲଆଉଟ୍‌ ହୋଇଛନ୍ତି ଟିମ୍‌ ଇଣ୍ଡିଆ । ପ୍ରଥମ ଇନିଂସରେ ୪୮୯ କରିଥିବା ଦ. ଆଫ୍ରିକା ୨୬/୦ । ଖେଳ ୨ ଦିନ ବାକିଥିଲା ବେଳେ ଦ. ଆଫ୍ରିକା ୩୧୪ ରନ୍‌ରେ ଆଗୁଆ ରହିଛି । ପରାଜୟ ସହ ଆଉ ଏକ ହ୍ବାଇଟ ୱାଶ ଆଶଙ୍କାରେ ଟିମ ଇଣ୍ଡିଆ ଥିବା ଦେଖାଯାଇଛି । ବ୍ୟାଟିଂ ପରେ ବୋଲିଂରେ ଭାରତକୁ ଧରାଶାୟୀ କଲେ ଜାନସେନ୍‌ ।

ସୂଚନା ଯୋଗ୍ୟ; ବରସାପରା ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ସଂପୂର୍ଣ୍ଣ ପ୍ରାଧ୍ୟାନ୍ୟ ବିସ୍ତାର କରିଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକାର ୪୮୯ ରନ ଜବାବରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୦୧ ରନରେ ଅଲଆଉଟ୍ ହୋଇଛି। ୨୮୮ ରନ ଆଗୁଆ ରହିଥିବା ଦକ୍ଷିଣ ଆଫ୍ରିକା ଫଲୋଅନ ନ ଦେଇ ଦ୍ଵିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ କୌଣସି ଓ୍ଵିକେଟ୍ ନ ହରାଇ ୨୬ ରନ କରିଛି। ରିୟାନ ରିକଲଟନ ୧୩ ରନ ଓ ଆଡନ ମାରକ୍ରମ ୧୨ ରନ କରି ଅପରାଜିତ ଅଛନ୍ତି। ଦଳ ଭାରତଠୁ ୩୧୪ ରନରେ ଅଗ୍ରଣୀ ହାସଲ କରିଛି। ମ୍ୟାଚ୍ ଆହୁରି ଦୁଇ ଦିନ ବାକି ଥିବା ବେଳେ ଦକ୍ଷିଣ ଆଫ୍ରିକାର ପଲ୍ଲା ଭାରି ରହିଛି।

Leave a Reply

Your email address will not be published. Required fields are marked *