ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ସମ୍ଭାବ୍ୟ ବାତ୍ୟାକୁ ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଉପକୂଳ ଠାରୁ ପ୍ରାୟ ୧୦୦୦ କିମି ଦୂରରେ ସମ୍ଭାବ୍ୟ ବାତ୍ୟା ରହିଛି । ୨୫ ତାରିଖ ପରେ ସ୍ପଷ୍ଟତା ଆସିଲେ ଅନ୍ୟ ପ୍ରସ୍ତୁତି କରାଯିବ ।

ସେ ଆଉ ମଧ୍ୟ କହିଛନ୍ତି ଓଡ଼ିଶା ଅପେକ୍ଷା ତାମିଲନାଡୁରେ ପ୍ରଭାବ ଅଧିକ ରହିପାରେ ବୋଲି ଆକଳନ କରାଯାଉଛି । ବଙ୍ଗୋପସାଗରରେ ୨ଟି ସିଷ୍ଟମ ରହିଛି, ଏକାଠି ହେଲେ ଭୀଷଣ ବାତ୍ୟା ହୋଇପାରେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ, ସବୁ ସ୍ଥିତି ପାଇଁ ଆମେ ପ୍ରସ୍ତୁତ  । ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ପୂରା ପ୍ରସ୍ତୁତ । ପ୍ରାୟ ୧୦୦୦ କିମି ଦୂରରେ ଅଛି ସମ୍ଭାବ୍ୟ ବାତ୍ୟା । ଯଦି କିଛି ସ୍ପଷ୍ଟ ଚିତ୍ର ଆସେ ଅନ୍ୟ ପ୍ରସ୍ତୁତି କରାଯିବ ।

Leave a Reply

Your email address will not be published. Required fields are marked *