Odisha to start world’s first-ever black tiger safari
ମୟୂରଭଞ୍ଜରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ । ବାରିପଦା ସଦର ଥାନା ଅନ୍ତର୍ଗତ ମଞ୍ଚାବନ୍ଧା ଠାରେ ଏହି ସଫାରୀ ଖୋଲିବା ପାଇଁ କିଛି ମାସଧରି ଲାଗିରହିଥିବା ପ୍ରତିବନ୍ଧକ ଦୂର ହୋଇଛି ।
 
କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷର ସବୁଜ ସଙ୍କେତ ମିଳିସାରିଥିବା ବେଳେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବା ଏନ୍ଟିସିଏଙ୍କ ଅନୁମତି ମଧ୍ୟ ମିଳିସାରିଛି ।
 
ପୂର୍ବରୁ ମଞ୍ଚାବନ୍ଧା ଠାରେ ୨୦୦ ହେକ୍ଟର ଜମି ଚିହ୍ନଟ ହୋଇ ସାରିଛି । ପାଖାପାଖି ୧୦୦ ହେକ୍ଟର ଜମିରେ ହେବ ବାଘଙ୍କ ରହଣି ସ୍ଥଳ । ବାକି ୧୦୦ ହେକ୍ଟର ଜମିରେ ଉଦ୍ଧାରକେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି, ପାର୍କିଂ ଓ ପ୍ରାଣୀ ଚିକିତ୍ସାଳୟ କରାଯିବ ।
 
ଏହି ପଦକ୍ଷେପ ଦ୍ୱାରା ସଂରକ୍ଷକ, ଗବେଷକ ଓ ଉତ୍ସାହୀ ଏବଂ ସାଧାରଣ ଜନତା ଏହି ବିରଳ କଳା ବାଘଙ୍କୁ ଅତି ନିକଟରୁ ଦେଖିପାରିବେ ।

By Nirvay

Leave a Reply

Your email address will not be published. Required fields are marked *