ବଢ଼ିପାରେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି । ଏବେ ୪ ଲକ୍ଷ କ୍ଷତି ପୂରଣ ମିଳୁଥିବା ବେଳେ ଏହାକୁ ୧୦ ଲକ୍ଷ କୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଧେଶ ଦେଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି କ୍ଷତି ପୂରଣ ରାଶି କେନ୍ଦ୍ର ସରକାର ନିର୍ଦ୍ଧାରିତ କରିଥାନ୍ତି। କ୍ଷତିପୂରଣ ରାଶି ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ ସରକାର ସମୀକ୍ଷା କରୁଛନ୍ତି। ଏହି ରାଶି ବୃଦ୍ଧି ପାଇଁ ଓଡ଼ିଶା ସରକାର ପୂର୍ବରୁ କେନ୍ଦ୍ରକୁ ଚିଠି ଲେଖି ସୁପାରିଶ କରିଥିଲେ।

ରାଜସ୍ୱ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସାପ କାମୁଡ଼ା ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳୁଛି । ମାତ୍ର ସୁପ୍ରିମକୋର୍ଟ ଏହି ଅର୍ଥରାଶିକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ସାପ କାମୁଡ଼ାରେ ମୃତ୍ୟୁ ହେଲେ ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ସୁପାରିସ୍‌ ହୋଇଛି । ଏନେଇ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ଆସିଛି । ସୁପ୍ରିମକୋର୍ଟ ଏକ ନିଦ୍ଧିଷ୍ଟ ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି । ବଜ୍ରାଘାତ ଓ ପାଣିରେ ବୁଡ଼ି ମୃତ୍ୟୁ ହେଲେ ମଧ୍ୟ ସମାନ କ୍ଷତିପୂରଣ ମିଳିବ ।

ଏହା ବ୍ୟତୀତ, ସୁପ୍ରିମକୋର୍ଟ ଏହି ବର୍ଷ ଜାନୁଆରୀରେ ଆଣ୍ଟି-ଭେନମ୍ ସମେତ ସାପ କାମୁଡ଼ା ଚିକିତ୍ସା ସୁବିଧା ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *