ଉପନିର୍ବାଚନକୁ ନେଇ କ୍ଷୋଭ ପ୍ରକାଶ କଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ । ନୂଆପଡା ଉପନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦ ପ୍ରତି ବିଷୋଦଗାର କରିଛନ୍ତି ଘାସିରାମ । ସେ କହିଛନ୍ତି ଭୋଟର ଟଙ୍କାରେ କିଣି ହୋଇଗଲେ । ମାଟି ପୁଅକୁ ବି ଚିହ୍ନିଲେ ନାହିଁ । କେବଳ ଏତିକି ନୁହେଁ ନିର୍ବାଚନରେ କେନ୍ଦ୍ରୀୟ ନେତାଙ୍କ ସାହାଯ୍ୟ କି ସମର୍ଥନ କିଛି ମିଳିଲା ନାହିଁ । କେନ୍ଦ୍ର କଂଗ୍ରେସରୁ ଆର୍ଥିକ ସହାୟତା ବି ଦିଆଗଲାନି । ଏହି ସମୟରେ ସେ ଆମେରିକାର ଦିବଙ୍ଗତ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଆବ୍ରାହମ ଲିଙ୍କନ ୯ ଥର ହାରିଥିଲେ, ମୁଁ ୬ ଥର ହାରିଛି । ଆଉ ତିନି ଥର ନିର୍ବାଚନ ଲଢିବି । ସୂଚନା ଯୋଗ୍ୟ; ନୂଆପଡ଼ା ଉପନିର୍ବାଚନର ଭୋଟ୍ ଗଣତି ରାଉଣ୍ଡ-୧୫ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୭୩ ହଜାର ୭୪୫ ଭୋଟ୍ ପାଇ ଆଗୁଆ ଅଛି ବିଜେପି । ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ୨୩ ହଜାର ୦୮୯ ଖଣ୍ଡ ଭୋଟ୍ ମିଳିଛି । ତୃତୀୟ ସ୍ଥାନରେ କଂଗ୍ରେସର ଘାସିରାମଙ୍କୁ ୨୨ ହଜାର ୬୧୮ ଭୋଟ୍ ମିଳିଛି । Post navigation Nuapada Counting Result: ନୂଆପଡ଼ା ଉପନିର୍ବାଚନରେ; ଦଶମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ମିଳିଛି ୬୩,୫୨୨ ଭୋଟ୍ Nuapada Bypoll: ନୂଆପଡାବାସୀ ଚାହୁଁଥିଲେ ପରିବର୍ତ୍ତନ; ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ: ମନମୋହନ ସାମଲ