ଖୁବ୍ ଶୀଘ୍ର ପ୍ରକାଶ ପାଇବା ନୂଆପଡା ଉପନିର୍ବାଚନ ଫଳ ।  ନୂଆପଡା ପାଇଁ ଗଣତି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି ।

ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ବିଜେପି ୪୩ ହଜାର ୨୩୪ ଭୋଟ୍‌ରେ ଆଗୁଆ ରହିଛି । ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୬୩,୫୨୨ ଭୋଟ୍ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀ ପାଇଛନ୍ତି ୨୦,୨୮୮ ଭୋଟ୍ । ସେହିପରି ତୃତୀୟ ସ୍ଥାନରେ ଘାସିରାମଙ୍କୁ ମିଳିଛି ୨୦,୧୦୩ ଭୋଟ୍ ।

ସୂଚନା ଯୋଗ୍ୟ; ଚଳିତବର୍ଷ ଉପନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ମତଦାନ ହୋଇଛି । ୨୦୨୪ ବିଧାନସଭା ନିର୍ବାଚନ ଅପେକ୍ଷା ୮ ପ୍ରତିଶତ ଅଧିକ ମତଦାନ ହୋଇଛି । ରେକର୍ଡ ସଂଖ୍ୟକ ମତଦାନ ହୋଇଥିବାରୁ ନୂଆପଡ଼ାକୁ ନେଇ ବିଜୟ ଅଙ୍କ କଷୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ମୋଟ୍‌ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣର ସମୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୩୫୮ଟି ବୁଥ୍ ପାଇଁ ୧୪ଟି ଟେବୁଲରେ ଭୋଟ ଗଣତି କରାଯାଉଛି । ମୋଟ ୨୬ ରାଉଣ୍ଡରେ ହେବ ଗଣତି ।

Leave a Reply

Your email address will not be published. Required fields are marked *