ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି । ପ୍ରଥମ ଓ ଦ୍ବିତୀୟ ରାଉଣ୍ଡରେ ଆଗୁଆ ଥିବା ଜଣାପଡ଼ିଛି। ପ୍ରଥମ ରାଉଣ୍ଡରେ ବିଜେପିର ୪୮୦୪ ଭୋଟ ଥିବା ବେଳେ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୭୪୧୩ ଭୋଟ୍ରେ ଆଗୁଆ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଢ଼ୋଲକିଆଙ୍କୁ ୧୦୪୩୬ ଭୋଟ୍ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୩୦୨୩ ଭୋଟ୍ ଓ କଂଗ୍ରେସର ଘାସିରାମ ମାଝୀଙ୍କୁ ୨୨୩୪ ଭୋଟ୍ ରହିଛି । ସୂଚନା ଯୋଗ୍ୟ; ନୂଆପଡ଼ା ପାଇଁ ହେବ ୨୬ ରାଉଣ୍ଡ୍ ଗଣତି । ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗଣତି ପାଇଁ ମୋଟ୍ ୧୪ ଗୋଟି ଟେବୁଲ୍ ପ୍ରସ୍ତୁତ ହୋଇଛି । ପୂର୍ବରୁ ଭୋଟ ଗଣତି ପ୍ରକ୍ରିୟାକୁ ସ୍ଵଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ କରିବାକୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଉପନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ମତଦାନ ହୋଇଛି । ୨୦୨୪ ବିଧାନସଭା ନିର୍ବାଚନ ଅପେକ୍ଷା ୮ ପ୍ରତିଶତ ଅଧିକ ମତଦାନ ହୋଇଛି । ରେକର୍ଡ ସଂଖ୍ୟକ ମତଦାନ ହୋଇଥିବାରୁ ନୂଆପଡ଼ାକୁ ନେଇ ବିଜୟ ଅଙ୍କ କଷୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ମୋଟ୍ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣର ସମୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । Post navigation Nuapada Bypoll Results: ଆରମ୍ଭ ହେଲା ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗଣତି Nuapada Counting Day: ନୂଆପଡ଼ା ଉପନିର୍ବାଚନ; ଚତୁର୍ଥ ରାଉଣ୍ଡ ସୁଦ୍ଧା ୧୨୮୧୫ ଭୋଟ୍ରେ ଆଗୁଆ ଜୟ ଢୋଲକିଆ