ବିଜେପିର ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ପରିବର୍ତ୍ତନ ହୋଇଛି । ଆଜି ହେବାକୁ ଥିବା ନାମାଙ୍କନ ସ୍ଥଗିତ ରଖାଯାଇଛି । ଆସନ୍ତା ୧୮ ତାରିଖରେ ବିଜେପି ସମର୍ଥିତ ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ ଦାଖଲ କରିବେ । ଏ ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଆଜି ନୂଆପଡ଼ାରେ ଏକ ବିଶାଳ ଶୋଭାଯାତ୍ରା କରିବ ଦଳ ଆଉ ନିଜର ଶକ୍ତି ପ୍ରଦର୍ଶନ କରିବ । ତେବେ ଆସନ୍ତା ଶନିବାର ଦିନ ନୂଆପଡ଼ା ଗୋତମା ଏୟାରଷ୍ଟ୍ରିପରେ ମିଶ୍ରଣ ପର୍ବ ଆୟୋଜିତ ହେବ। ବିଜେଡି ଓ ବିଜେପିର ବହୁ କର୍ମୀ ଓ ନେତାମାନେ ବିଜେପିରେ ସାମିଲ ହେବେ। ଏହାପରେ ବିଜେପି ମେଗା ସୋ କରିବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିବେ। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସହ ବହୁ ମନ୍ତ୍ରୀ ଓ ନେତା ବି ଉପସ୍ଥିତ ରହିବେ । ପ୍ରାୟ ୪୦ହଜାରରୁ ଅଧିକ ନେତା ଓ କର୍ମକର୍ତ୍ତାଙ୍କ ସହ ବିରାଟ ରାଲିରେ ଯାଇ ନାମାଙ୍କନପତ୍ର ଦାଖଲ କରିବେ। ନାମାଙ୍କନ ବେଳେ ଶକ୍ତି ପ୍ରଦର୍ଶନ କରିବ ବିଜେପି। ସେହିଦିନ ଜୟ ନାମାଙ୍କନ ଭରିବେ ବୋଲି ଜୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଜୟ ଢୋଲକିଆ ହେଉଛନ୍ତି ଦିବଙ୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ । ଗତ ୧୧ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ ଜୟଢୋଲକିଆ । ଏହାପରେ ନୂଆପଡା ରାଜନୈତିକ ସମୀକରଣ ପୁରା ବଦଳି ଯାଇଥିଲା । ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ତେବେ ଆଜି ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ଆଜି ନାମାଙ୍କନପତ୍ର ଦାଖଲ କରିବେ ନାହିଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଆସନ୍ତା ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। Post navigation Online Mahaprasad sale: ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି ମାମଲା; ଏକ ଫୁଡ୍ ଆପ୍ ନାଁରେ ସାଇବର ଥାନାରେ ଏତଲା Lambodar Nial join BJP: ବିଜେଡିକୁ ଝଟ୍କା; ପଦ୍ମ ଧରିଲେ ଲମ୍ବୋଦର ନିଆଲ