odisha-district-collectors-sps-directed-to-conduct-surprise-visits-to-jails
ତତ୍ପରତା ଦେଖାଇଲା ଜେଲ୍‌ ବିଭାଗ । ଗୃହ ବିଭାଗର ଚିଠି ପରେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କୁ ଚିଠି କଲା ଜେଲ୍ ବିଭାଗ ।
 
ସବୁ ଜେଲ୍‌କୁ ସରପ୍ରାଇଜ୍ ଭିଜିଟ୍‌ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଜେଲ୍‌ ଡିଜି ସୁଶାନ୍ତ ନାଥ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ, ବିଚାରାଧୀନ ବନ୍ଦୀଙ୍କୁ ମୌଳିକ ସୁବିଧା ମିଳୁଛି କି ନାହିଁ ତଦାରଖ କରିବେ ଦୁଇ ବିଭାଗର ଅଧିକାରୀ ।
 
ରାଜ୍ୟର ଜେଲ୍‌ମାନଙ୍କରେ କଏଦୀମାନେ କେଉଁ ଅବସ୍ଥାରେ ରହୁଛନ୍ତି ସେ ନେଇ ଜାତୀୟ ମାନବାଧିକାର କମିସନ ରାଜ୍ୟ ମାନବାଧିକାର କମିସନଙ୍କୁ ଅବଗତ କରିବା ସହ ଉଦ୍‌ବେଗ ମଧ୍ୟ ପ୍ରକାଶ କରୁଛନ୍ତି । ଏହାକୁ ଆଧାର କରି ଜେଲ ଡିଜି ଚିଠି କରିଛନ୍ତି ।
 
ପୂର୍ବରୁ, ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଇନ ସେବା କର୍ତ୍ତୃପକ୍ଷମାନେ ଜେଲଗୁଡ଼ିକୁ ବାରମ୍ବାର ଏବଂ ସାମୟିକ ଭାବରେ ଗସ୍ତ କରି ସେମାନଙ୍କର ଦାୟିତ୍ୱ ନିର୍ବାହ କରିବେ ଏବଂ ଦୋଷୀ, ବିଚାରାଧୀନ କଏଦୀମାନଙ୍କୁ ଖାଦ୍ୟ, ପୋଷାକ ଏବଂ ପରିଷ୍କାର ପରିଚ୍ଛନ୍ନତା ଭଳି ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି କି ନାହିଁ ତାହା ଯାଞ୍ଚ କରିବେ ।
Odisha-District Collectors, SPs directed to conduct surprise visits to jails
 
 

By Nirvay

Leave a Reply

Your email address will not be published. Required fields are marked *