ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଶିକାର ହୋଇଥିବା ପୀଡ଼ିତାଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଆ ଛାତ୍ରୀ ଓ ତାଙ୍କ ମାଆଙ୍କ ସହିତ କଥା ହେବା ସହ ସେଠାରେ ଉପସ୍ଥିତ ଓଡ଼ିଶା ମହିଳା କମିସନ୍ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ପିଡିତଙ୍କୁ କହିଛନ୍ତି ତୁମେ ଚିନ୍ତା କରନାହିଁ, ଧୈର୍ଯ୍ୟ ରଖ । ଓଡ଼ିଶାବସୀ ଓ ସରକାର ସମ୍ପୂର୍ଣ୍ଣ ଭାବେ ତୁମ ସହିତ ଅଛନ୍ତି। ଝିଅ ଯେପରି ଶୀଘ୍ର ସୁସ୍ଥ ହେବ ଏବଂ ସାମାନ୍ୟ ଜୀବନ ଯାପନ କରି ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବ, ସେଥିପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ଏବଂ ଏଥିପାଇଁ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ପୀଡ଼ିତାଙ୍କ ମାଆଙ୍କୁ ମୁଖ୍ୟମନ୍ତ୍ରୀ କଥା ହୋଇ କହିଛନ୍ତି ଦୋଷୀ ନିଶ୍ଚିତ ଭାବରେ ଦଣ୍ଡ ପାଇବେ ସେଥିପାଇଁ ଓଡ଼ିଶା ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗ ରକ୍ଷା କରିବା କରି ଝିଅକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହିତ, ଚାପ ସୃଷ୍ଟି କରିବା ପାଇଁ ସବୁ ଫୋରମ୍ ର ବ୍ୟବହାର କରାଯିବ  ।

Leave a Reply

Your email address will not be published. Required fields are marked *