ଭୁବନେଶ୍ବର ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ୍ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ଼ ।ରଣସିଂହପୁରରେ ଗୋଡ଼ାଇ ଗୋଡ଼ାଇ ଏମ୍ସରେ କାର୍ଯ୍ୟରତ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଯୋଗ୍ୟ; ଏମ୍ସରେ କାର୍ଯ୍ୟରତ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଜଣେ ଦୁର୍ବୃତ୍ତ ଗୁଳି କରିଦେଇଛି । ଦୁର୍ବୃତ୍ତ ଜଣକ ଗୋଟେ ସ୍କୁଟିରେ ଆସି ଗୁଳି କରି ମାରିଥିବା ସୂଚନା ମିଳିଛି । ଡ୍ୟୁଟି ଆସିବା ବେଳେ ଲ୍ୟାବ୍ ଆସିଷ୍ଟାଣ୍ଡ ସୁଧାଂଶୁ ଖୁଣ୍ଡିଆଙ୍କୁ ତିନି ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ୍ତ । ସୁଧାଂଶୁଙ୍କ ଘର ସରକନ୍ତାର ଗାଁରେ ବୋଲି ଜଣାପଡିଛି । ପ୍ରାଥମିକ ତଦନ୍ତରୁ ଜମିବାଡି ଘଟଣାକୁ ନେଇ ଗୁଳିମାଡ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । Post navigation ରାତିରେ ଝିଅମାନେ ବାହାରକୁ ଯିବା ଉଚିତ୍ ନୁହେଁ; ମମତାଙ୍କ ମନ୍ତବ୍ୟକୁ ସମାଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାମିଲନାଡୁ କରୁର ଦଳାଚକଟା ଘଟଣା: ତଦନ୍ତ କରିବ CBI