ନୂଆପଡ଼ା ପାଇଁ ବିଜେପି କୋର୍ କମିଟି ବୈଠକରେ ରଣନୀତି ପ୍ରସ୍ତୁତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, କ୍ଷେତ୍ରୀୟ ପ୍ରଭାରି ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟ କୋର କମିଟି ସଦସ୍ୟ ଉପସ୍ଥିତ ଥିଲେ । କୋର୍ କମିଟି ବୈଠକ ପରେ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା କହିଛନ୍ତି ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି ଜିତିବେ ତାହା ହେବ ପ୍ରାଥମିକତା । ପୂର୍ବତନ ସଭାପତି, ମହାମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କୁ ଟାସ୍କ ଦିଆଯାଇଛି । ସହମତି ଭିତ୍ତିରେ ପ୍ରାର୍ଥୀ ଦିଆଯିବ, ସେ କେମିତି ଜିତିବେ ସମସ୍ତେ କାର୍ଯ୍ୟ କରିବେ । ପ୍ରାର୍ଥୀ କିଏ ହେବେ ତାହା ସଂସଦୀୟ ବୋର୍ଡ ସ୍ଥିର କରିବ । ୧୩ରେ ନାମାଙ୍କନ ଦାଖଲ ଥିବାରୁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ସେହିପରି ନୂଆପଡ଼ା ଉପନିର୍ବାଚନକୁ ନେଇ ଭକ୍ତ ଦାସଙ୍କ ମାନ୍ତବ୍ୟକୁ ନେଇ ସୁରେଶ ପୂଜାରୀ କହିଛନ୍ତି ରଣନୀତି ସାର୍ବଜନିନ ହୁଏନି । କିନ୍ତୁ ବିଜେପି ନିଶ୍ଚିତ ଭାବେ ଜିତିବ, ବିଜେଡି ଠାରୁ ଛଡ଼ାଇ ଆଣିବ। ମୂଳରୁ ମ୍ୟାଚ୍ ଆରମ୍ଭ ହୋଇନି ଭକ୍ତ ଦାସ ଜିତି ସରିବା କଥା କହୁଛନ୍ତି। ସୂଚନା ଯୋଗ୍ୟ; ନୂଆପଡ଼ା ଉପନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମ ଦଳ ଭାବେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୂର୍ବ ଥର ଦଳ ଟିକେଟ ନ ଦେବାରୁ ସ୍ଵାଧୀନ ଛିଡ଼ା ହୋଇଥିବା ଘାସିରାମ ମାଝୀଙ୍କୁ କଂଗ୍ରେସ ଟିକେଟ ଦେଇଛି । ସେହିପରି ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟଙ୍କୁ ଭାଜପା ପ୍ରାର୍ଥୀ କରିବା ସୂଚନା ମିଳୁଥିବା ବେଳେ ବିଜେଡ଼ି ପ୍ରାର୍ଥୀ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । Post navigation ଗଳିଲା କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଛାତ ବିହାର ପାଇଁ ଏନଡିଏର ଆସନ ବୁଝାମଣା ଚୂଡ଼ାନ୍ତ