ଚୀନ ଉପରେ ଆମେରିକାର ୧୦୦ ପ୍ରତିଶତ ଅତିରିକ୍ତ ଟାରିଫ ଘୋଷଣା । ନଭେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ । ଏ ନେଇ ସୋସିଆଲ ମିଡିଆ ପ୍ଲାର୍ଟଫର୍ମରେ ସୂଚନା ଦେଲେ ଟ୍ରମ୍ପ । ଜିନ୍ପିଙ୍ଗଙ୍କ ସହ କଥାବାର୍ତ୍ତା ବନ୍ଦ ନେଇ ମଧ୍ୟ ଟ୍ରମ୍ପଙ୍କ ଧମକ ଦେଇଛନ୍ତି। ଏଥିସହିତ ସେ ଆମେରିକାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ଉପରେ ରପ୍ତାନି ନିୟନ୍ତ୍ରଣ ଘୋଷଣା ମଧ୍ୟ କରିଛନ୍ତି । ରପ୍ତାନି ଉପରେ ନିୟନ୍ତ୍ରଣକୁ ନେଇ ବେଜିଂ ସହିତ ତାଙ୍କର ବାଣିଜ୍ୟ ଯୁଦ୍ଧକୁ ନବୀକରଣ କରିଛନ୍ତି। ଟ୍ରମ୍ପ୍ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଚୀନ୍ ଉପରେ ବର୍ଷିଛନ୍ତି । ଚୀନ୍ ଏକ ଅସାଧାରଣ ଭାବରେ ଆକ୍ରମଣାତ୍ମକ ବାଣିଜ୍ୟ ମନୋଭାବ ଗ୍ରହଣ କରିଛି, ଯାହା ସମସ୍ତ ଦେଶକୁ ପ୍ରଭାବିତ କରିବ। ଟ୍ରମ୍ପ କହିଛନ୍ତି ଯେ ବେଜିଂର ଅସାଧାରଣ ଆକ୍ରମଣାତ୍ମକ କାର୍ଯ୍ୟର ଜବାବରେ ଅତିରିକ୍ତ ଶୁଳ୍କ, ଏବଂ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ଉପରେ ଆମେରିକାର ରପ୍ତାନି ନିୟନ୍ତ୍ରଣ ନଭେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବ। ଏହା ବିଶ୍ୱାସ କରିବା ଅସମ୍ଭବ ଯେ ଚୀନ୍ ଏପରି ପଦକ୍ଷେପ ନେବ, କିନ୍ତୁ ସେମାନେ ନେଇଥିଲେ, ଏବଂ ବାକି ଇତିହାସ। ପୂର୍ବରୁ, ଆମେରିକା ରାଷ୍ଟ୍ରପତି କହିଥିଲେ ଯେ ଚୀନ୍ ବାଣିଜ୍ୟ ଉପରେ ବହୁତ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛି । ସେ ଚେତାବନୀ ଦେଇଥିଲେ ଯେ ଆମେରିକା ଚୀନ୍ ସାମଗ୍ରୀ ଉପରେ ଟିକସରେ ଉଲ୍ଲେଖନୀୟ ବୃଦ୍ଧି ସମେତ କଡ଼ା ପ୍ରତିଶୋଧମୂଳକ ପଦକ୍ଷେପ ସହିତ ଜବାବ ଦେବାକୁ ପ୍ରସ୍ତୁତ ହେଉଛି। Post navigation ଆଜି ବର୍ଷାରେ ଭିଜିବ ଓଡ଼ିଶା ଜୟ ଢୋଲକିଆଙ୍କ ବିଜେପି ମିଶିବା ଚର୍ଚ୍ଚା ଭିତରେ ପରୋକ୍ଷରେ ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ତାତ୍ସଲ୍ୟ ଭରା ପୋଷ୍ଟ