ରାଜଧାନୀ ଭୁବନେଶ୍ଵରରେ ଘଣ୍ଟାଏ କାଳ ଛେଚିଲା ବର୍ଷା । ହଠାତ୍ କଳାହାଣ୍ଡିଆ ମେଘ ମାଡ଼ିଆସି ନିର୍ଦ୍ଧୁମ ବର୍ଷିଲା ବର୍ଷା। ଯାହାଫଳରେ ରାଜଧାନୀର ବିଭିନ୍ନ ସ୍ଥାନରେ ବୁଡ଼ିଲା ରାସ୍ତାଘାଟ । ଯାହାକୁ ରଖିଲେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟ ବୋଲି ଜଣାପଡିଛି । ଘଣ୍ଟାଏ ଧରି ଘଡ଼ଘଡ଼ି ବର୍ଷାରେ ହନ୍ତସନ୍ତ ହୋଇଛନ୍ତି ରାଜଧାନୀବାସୀ। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହିତ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ପାଣି ଜମି ରହିଥିବା ରାସ୍ତାଗୁଡ଼ିକରେ ଯାତାୟାତ ଅଧିକ କଷ୍ଟକର ହୋଇପଡ଼ିଥିଲା। ସେପଟେ ପୁଣି ଆସୁଛି ବଡ ବର୍ଷା । ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ । ୧୦ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ରାଜ୍ୟରେ ବର୍ଷା ଲାଗିରହିବ। ଗୋଟିଏ ଲଘୁଚାପ ପ୍ରଭାବ ସରି ଆସୁଥିବା ବେଳେ ପୁଣି ଏକ ଘୂର୍ଣ୍ଣିବଳୟ ଆସୁଥିବାରୁ ଏବେ ବର୍ଷାରୁ ମିଳିବନି ନିସ୍ତାର । ସୂଚନା ଯୋଗ୍ୟ; ଆଜି ସକାଳେ ଖରା ପାଗ ହୋଇଥିଲା।କିନ୍ତୁ ମଧ୍ୟାହ୍ନରେ ଭୁବନେଶର ଆକାଶରେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଏହା ପରେ ଆରମ୍ଭ ହୋଇଛି ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା। ବର୍ଷା ସହ ପବନ ମଧ୍ୟ ହେଉଛି। ବର୍ଷା ପରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। Post navigation ଚଳିତ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା କଟକରେ ଶାନ୍ତି ସ୍ଥାପିତ ପାଇଁ ମୋହନ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ