Internet services normalized in cuttack
କଟକକୁ ପୁଣି ଶାନ୍ତି ଫେରୁଛି । କଟକରେ ମଙ୍ଗଳବାର ଦିନ ସନ୍ଧ୍ୟା ୭ଟାରୁ ଇଣ୍ଟରନେଟ ସେବା ସ୍ଵାଭାବିକ ହୋଇଛି । ୪୮ ଘଣ୍ଟା ପରେ ଇଣ୍ଟରନେଟ୍‌ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି ।
 
କଟକର ୧୩ ଥାନା ଅଞ୍ଚଳରେ ରବିବାର ଠାରୁ ୩୬ ଘଣ୍ଟିଆା କର୍ଫ୍ୟୁ ମଧ୍ୟ ଜାରି କରାଯାଇଥିଲା । ଯାହା ଆଜି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ଏହା ପରେ କର୍ଫ୍ୟୁ କଟକଣା ଉଠିଯାଇଥିଲା । କଟକରେ ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ।
 
ସୂଚନାଥାଉକି, ଗତ ଶୁକ୍ରବାର ଦିନ କଟକରେ ଭସାଣ ସମୟରେ ଦରଘାବଜାର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ବିବାଦ ଘଟଣାକୁ ନେଇ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଥିଲା ।
 
କଟକରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରବିବାର ସନ୍ଧ୍ୟା ୭ଟାରୁ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଥିଲା । ଏବେ ମଧ୍ୟ ପ୍ରତ୍ୟେକ ସ୍ଥାନରେ ପୋଲିସର କଡ଼ା ନଜର ରହିଛି ।
 
ପୂର୍ବରୁ ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟାଳିସମୌଜା, ସଦର, ବିଡ଼ାନାସୀ ଏବଂ ମାଲଗୋଦାମ ଥାନା ଅଞ୍ଚଳରେ ଏହି କର୍ଫ୍ୟୁ ଜାରି କରାଯାଇଥିଲା । କଟକ ସହରରେ ଅଶାନ୍ତି ସୃଷ୍ଟି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିଲା ।
 

By Nirvay

Leave a Reply

Your email address will not be published. Required fields are marked *