କଟକରୁ ହଟିଲା କର୍ଫ୍ୟୁ। କର୍ଫ୍ୟୁ କଟକଣା ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ସେ କହିଛନ୍ତି ଏବେ ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୋଲିସ ମୁତୟନ କରାଯାଇଛି। କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳା ଘଟିନି । ତେଣୁ ପରିସ୍ଥିତି ଦେଖି ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯିବ। କର୍ଫ୍ୟୁ ସମୟ ସୀମା ସରିଛି, କିନ୍ତୁ ଏବେବି ଟିମ୍ ଅନୁଧ୍ୟାନ କରୁଛି । ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜେ ସେ ଦିଗ ଉପରେ ନଜର ରହିବ ।

ସୂଚନା ଯୋଗ୍ୟ; ଦଶହରା ଭସାଣ ଶୋଭାଯାତ୍ରା ସମୟରେ କଟକରେ ଘଟିଥିବା ଗଣ୍ଡଗୋଳ ଘଟଣା ପ୍ରତିବାଦରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସୋମବାର ସହରରେ ବନ୍ଦ ଡାକରା ଦିଆଯାଇଛି। ଦରଘାବଜାର ନିକଟରେ ପୁଲିସ ଶୋଭାଯାତ୍ରାକୁ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଓ ଶୋଭାଯାତ୍ରାକାରୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଉପରକୁ ଢେଲାପଥର ମାଡ଼ ହୋଇଥିଲା। ଫଳରେ ପୁଲିସ ପକ୍ଷରୁ ଲାଠିମାଡ଼ କରାଯିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି।

ଏହି ଘଟଣାକୁ ନେଇ ଆରୋପ, ପ୍ରତ୍ୟାରୋପ ବଢ଼ିବା ପରେ ବିରୋଧର ସ୍ବର ଉଠିଥିଲା, ଯାହା ଉଗ୍ର ରୂପ ନେଉଥିବା ଲକ୍ଷ୍ୟ କରାଯିବା ପରେ ପୂରା ଅଞ୍ଚଳରେ କର୍ଫ୍ୟ ଜାରି କରାଯିବା ସହ ଇଣ୍ଟରନେଟ୍ ଉପରେ କଟକଣା ଲଗାଯାଇଥିଲା। ହ୍ୱାଟସ୍‌ଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍, ସ୍ନାପ୍‌ଚାଟ୍ ଆଦି ଚଳାଇ ପାରୁନଥିଲେ ୟୁଜର୍ସ।

Leave a Reply

Your email address will not be published. Required fields are marked *