ଯୁକ୍ତ ୨ ପରୀକ୍ଷା ଫର୍ମ ଫିଲଅପ୍‌ ନେଇ ତାରିଖ ଘୋଷଣା କଲା CHSE । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୋମବାର ଉଭୟ ରେଗୁଲାର୍ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ୨୦ରୁ ନଭେମ୍ବର ୬ ଯାଏଁ ବିନା ଜରିମାନା ଦେୟରେ ରେଗୁଲାର ପରୀକ୍ଷାର୍ଥୀ କରିବେ ଫର୍ମ ଫିଲଅପ । ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମ ଭରିବେ । ଏ ନେଇ ସିଏଚ୍ଏସ୍ଇ କଣ୍ଟ୍ରୋଲର୍ ଡାକ୍ତର ପ୍ରଶାନ୍ତ କୁମାର ପରିଡ଼ା ସିଏଚ୍ଏସ୍ଇ ଅଧିନରେ ଆସୁଥିବା ସମସ୍ତ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଏବଂ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ।

ସେହିପରି ଯେଉଁମାନେ ବିଳମ୍ବରେ ଫର୍ମ ପୂରଣ କରିବେ ସେମାନଙ୍କୁ ଅତିରିକ୍ତ ଶୁଳ୍କ ବା ଫାଇନ ଦେବାକୁ ପଡ଼ିବ । ନିର୍ଦ୍ଧାରିତ ଅବଧି ପରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ ଫର୍ମ ପୂରଣ କଲେ ୨୦୦ ଟଙ୍କା ଫାଇନ୍ ଦେବେ । ସେହିପରି ଯଦି ଏହି ସମୟରେ ଫର୍ମ ପୂରଣ କରିନାହାଁନ୍ତି ଏବଂ ସେମାନଙ୍କୁ ପୁଣି ନଭେମ୍ବର ୧୭ରୁ ୧୯ ମଧ୍ୟରେ ଫର୍ମ ଭରିବାର ସୁଯୋଗ ମିଳିବ । କିନ୍ତୁ ଏଥିପାଇଁ ୬୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ ।

ସେହିପରି ଫର୍ମ ପୂରଣ କରିବାରୁ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ୬୦୦ଟଙ୍କା, ମାଇଗ୍ରେସନ ସାର୍ଟିଫିକେଟ୍ ପାଇଁ ୧୦୦ ଟଙ୍କା ଏବଂ ପାସ୍ ସାର୍ଟିଫିକେଟ୍ ପାଇଁ ୧୦୦ ଟଙ୍କା ପୈଠ କରିବେ ।

Leave a Reply

Your email address will not be published. Required fields are marked *