କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି । ଆଜିଠାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ସିଏମ୍ସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର । ପୂର୍ବ ପରି ହ୍ବାଟ୍ସ ଆପ୍, ଫେସବୁକ୍, ଏକ୍ସ, ଇନ୍ଷ୍ଟାଗ୍ରାମ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି । କଟକ ସହରରେ ଦେଖାଯାଇଥିବା ଗଣ୍ଡଗୋଳ ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍ ସେବା ବନ୍ଦର ପଦକ୍ଷେପ ନିଆଯାଇଛି । ସୋସିଆଲ୍ ମିଡିଆରେ ମିଥ୍ୟା, ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରଣ କରାଯାଉଥିବାରୁ ରାଜ୍ୟ ସରକାର କଟକ ସହରରେ ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିଥିଲେ। ତେବେ ଏହି କଟକଣାକୁ ଆଉ ୨୪ ଘଣ୍ଟା ବୃଦ୍ଧି କରାଯାଇ ଅକ୍ଟୋବର ୭ ତାରିଖ ଅର୍ଥାତ ଆସନ୍ତାକାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବଢାଇଦିଆଯାଇଛି। ଏନେଇ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଦଶହରା ଭସାଣ ଯାତ୍ରାରେ ଗଣ୍ଡଗୋଳ ପରେ କଟକ ସହରରେ ଏବେ ଚାପା ଉତ୍ତେଜନା। ବିଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ତିନୋଟି ସ୍ପେଶାଲ୍ ଟିମ୍ ଗଠନ କରିଛି। ସୁରକ୍ଷା ଭିତରେ କଟକ ସହର। ଚାପା ଉତ୍ତେଜନା ସତ୍ତ୍ବେ ନିୟନ୍ତ୍ରଣରେ ସ୍ଥିତି। ଗତକାଲିର ବାଇକ ରାଲି ବେଳେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି । ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ। ଜରୁରୀ ସେବା, ସରକାରୀ କାର୍ଯ୍ୟାଳୟ, ବସ ଚଳାଚଳ ସ୍ବାଭାବିକ ରହିଛି। Post navigation ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ତାରିଖ ଘୋଷଣା