ସୁପ୍ରିମକୋର୍ଟ ପରିସରରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଆଡ଼କୁ ଜୋତା ମାଡ଼ ଉଦ୍ୟମ ହୋଇଛି । ମୁଖ୍ୟ ବିଚାରପତିଙ୍କୁ ଜୋତା ଫିଙ୍ଗିଛନ୍ତି ଜଣେ ଓକିଲ ରାକେଶ କିଶୋର । CJI ଗଭାଇଙ୍କ ଏକ ବିବାଦୀୟ ବୟାନକୁ ନେଇ ଜୋତା ମାଡ଼ ଉଦ୍ୟମ କରାଯାଇଥିବା ଜଣାପଡିଛି। ମଧ୍ୟପ୍ରଦେଶର ଏକ ମନ୍ଦିରରେ ମୁଣ୍ଡବିହୀନ ମୂର୍ତ୍ତିର ପୁନଃ ସ୍ଥାପନ ମାମଲାର ଶୁଣାଣି ବେଳେ ନିଜ ମୂର୍ତ୍ତି ନିଜେ ପ୍ରତିଷ୍ଠା କରନ୍ତୁ ଭଗବାନ ଏଭଳି ବୟାନ ଦେଇଥିଲେ CJI । ଏହି ବୟାନକୁ କେନ୍ଦ୍ର କରି ଜୋତା ମାଡ଼ ଉଦ୍ୟମ କରିଥିବା ଜଣାପଡ଼ିଛି । ଏହାପରେ ସୁରକ୍ଷା କର୍ମୀମାନେ ତାଙ୍କୁ ବାହାରକୁ ନେଇଯିବା ସମୟରେ ସେ “ଆମେ ସନାତନ ଧର୍ମର ଅପମାନକୁ ସହ୍ୟ କରିବୁ ନାହିଁ” ବୋଲି ସ୍ଲୋଗାନ ଦେଉଥିଲେ। ସୁପ୍ରିମକୋର୍ଟରେ ଏନେଇ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି ।

ଅନ୍ୟପଟେ ସେପ୍ଟେମ୍ବର ୧୬ ତାରିଖରେ ସିଜେଆଇ ଗଭାଇଙ୍କ ମନ୍ତବ୍ୟ ଯୋଗୁଁ ଏହି ଘଟଣା ଘଟିଥିବା ନେଇ ସନ୍ଦେହ କରାଯାଉଛି । ଯେତେବେଳେ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଖଜୁରାହୋର ଜୱାରି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ସାତ ଫୁଟ ଉଚ୍ଚ ମୂର୍ତ୍ତିକୁ ପୁନଃସ୍ଥାପନ କରିବା ପାଇଁ ଏକ ଆବେଦନକୁ ଖାରଜ କରି ଏହାକୁ “ପବ୍ଲିକେସନ ଇନରେଷ୍ଟ ଲିଟିଗେସନ” ବୋଲି କହିଥିଲେ।

ସୂଚନା ଯୋଗ୍ୟ; ଆଜି ପ୍ରଧାନ ବିଚାରପତି ବି.ଆର. ଗଭାଇଙ୍କୁ ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି କରୁଥିଲେ । ଏହି ସମୟରେ ରାକେଶ କିଶୋର ନାମରେ ଜଣେ ଓକିଲ ପ୍ରଥମେ ଟେବୁଲ ବାଡ଼େଇଥିଲେ । ଟେବୁଲଟି ତଳେ ପଡ଼ିଯାଇଥିଲା । ଏହା ପରେ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିବା କୁହାଯାଉଛି । ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ତୁରନ୍ତ ତାଙ୍କୁ କାବୁ କରି ନେଇଥିଲେ । ଓକିଲଙ୍କୁ ତୁରନ୍ତ ପୋଲିସ ହେପାଜତକୁ ନିଆଯାଇଛି । ତେବେ ସେ କାହିଁକି ଏଭଳି ଆକ୍ରମଣ ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଜେରା ଜାରି ରଖିଛି ।

Leave a Reply

Your email address will not be published. Required fields are marked *