ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ତୃତୀୟ ଦିନରେ ବିଜୟ ହାସଲ କରିଛି ।ୱେଷ୍ଟଇଣ୍ଡିଜକୁ ଇନିଂସ ଏବଂ ୧୪୦ ରନରେ ହରାଇଛି ଭାରତ । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ ରେ ଆଗୁଆ ରହିଛି । ଭାରତ ପାଇଁ ରବୀନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରି ଚା’ ବିରତି ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଇନିଂସ୍କୁ ଅଲ୍ଆଉଟ୍ କରିଦେଇଥିଲେ । ରବିନ୍ଦ୍ର ଜାଡେଜା ଶତକ ମାରିବା ସହିତ ୪ ଓ୍ବିକେଟ ନେଇଛନ୍ତି । ସେହିଭଳି ମହମ୍ମଦ ସିରାଜ ତିନୋଟି, କୁଲଦୀପ ଯାଦବ ଦୁଇଟି ଏବଂ ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍ ନେଇଛନ୍ତି । ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୧୬୨ ରନରେ ଅଲଆଉଟ୍ ହୋଇଥିଲା । ଏହାପରେ ଭାରତୀୟ ଦଳ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲା । କେଏଲ ରାହୁଲ, ଧ୍ରୁବ ଜୁରେଲ ଏବଂ ରବିନ୍ଦ୍ର ଜାଡେଜାଙ୍କ ଶତକ ସହ ଭାରତ ୫ ୱିକେଟ ହରାଇ ୪୪୮ ରନ କରିଥିଲା । ଏହାପରେ ଦ୍ଵିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୧୪୬ ରନ କରି ଅଲଆଉଟ ହୋଇଥିଲା । ଟେଷ୍ଟର ଦ୍ୱିତୀୟ ଦିନରେ ନୂଆ ରେକର୍ଡ କରିଛନ୍ତି ଜାଡେଜା । ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଛକା ମାରିବା ଲିଷ୍ଟରେ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଛନ୍ତି ଜାଡେଜା । ସେ ୬ଟି ଚୌକା ଏବଂ ୫ଟି ଛକା ମାରିଛନ୍ତି । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ୧୦ ଅକ୍ଟୋବରରୁ ନୂଆଦିଲ୍ଲୀରେ ଖେଳାଯିବ । Post navigation ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ କଫ୍ ସିରପ୍ ନଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦିନିକିଆ ଓ ଟି-୨୦ ଦଳ ଘୋଷଣା; ଶୁବମନ ଗିଲ୍ ଙ୍କୁ ମିଳିଲା ବଡ଼ ଦାୟିତ୍ୱ