ଏଣିକି ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ କାଶ ଏବଂ ଥଣ୍ଡା ଔଷଧ ସହ କଫ ସିରଫ ମନା । ୨ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ କାଶ ଶିରପ ଲେଖିବା ଓ ବଣ୍ଟନ କରିବା ଉପରେ କଟକଣା ଲଗାଇଛନ୍ତି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ । ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କାଶ ଶିରପ ପିଇ ୧୧ ଜଣ ଶିଶୁଙ୍କ ମୃତ୍ୟୁ ହେବା ପ୍ରସଙ୍ଗରେ ବିଚାର କରି ଏହି ଚେତାବନୀ ଜାରି କରାଯାଇଛି । ତେବେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ନକଲି କଫ୍ ସିରପ୍ ଖାଇ ଶିଶୁଙ୍କ ମୃତ୍ୟୁ ଘଟଣାରେ ଉକ୍ତ ସିରପ୍ରେ ସେଭଳି କ୍ଷତିକାରକ ଉପାଦାନ ନ ଥିବା ପରୀକ୍ଷାରୁ ଜଣାପଡ଼ିଛି । ଯଦିଓ କଫ ସିରପ୍ ମୃତ୍ୟୁର କାରଣ ହୋଇନାହିଁ, ତଥାପି କେଉଁ ପରିସ୍ଥିତିରେ କଫ ସିରପ୍ ବିପଦଜନକ ହୋଇପାରେ ତାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଶୁକ୍ରବାର ଦିନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଡଭାଇଜରି ଜାରି କରି ଛୋଟ ପିଲାମାନଙ୍କ ପାଇଁ କଫ୍ ସିରପ୍ର ବ୍ୟବହାର ନେଇ ପରାମର୍ଶ ଦେଇଛନ୍ତି । ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ କଫ୍ ସିରପ୍ ନ ଦେବା ଏବଂ ୫ ବର୍ଷରୁ କମ୍ ବୟସର ପିଲାଙ୍କୁ କଫ୍ ସିରପ୍ ଖାଇବାକୁ ସାଧାରଣ ଭାବେ ପରାମର୍ଶ ନ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । କାଶ ହେଲେ ଶିରପ୍ ଖାଇବାର ଅଭ୍ୟାସ ରହିଛି । କିନ୍ତୁ ଏହା ଶିଶୁଙ୍କ ପାଇଁ ମାରାତ୍ମକ ହୋଇପାରେ । ତେଣୁ ଘରୋଇ ଉପଚାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । Post navigation ଟେଷ୍ଟ କ୍ରିକେଟ୍ରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଜାଡ଼େଜା