ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦି । ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ । କିଛି ଦିନ ବିଶ୍ରାମ ନେବାକୁ ନବୀନଙ୍କୁ ପୁରାମର୍ଶ ଦେଇଛନ୍ତି। ସଂପୂର୍ଣ୍ଣ ଆରୋଗ୍ୟ ପରେ ଦିଲ୍ଲୀ ଆସିଲେ ଭେଟିବାକୁ କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଯୋଗ୍ୟ; ଗତ କିଛିଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ହୋଇଯାଇଥିଲେ । ଡି-ହାଇଡ୍ରେସନ ଜନିତ ସମସ୍ୟା ପାଇଁ ରବିବାର ସନ୍ଧ୍ୟା ପ୍ରାୟ ୫ଟା ୧୫ରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ନବୀନ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । Post navigation ଅନାସ୍ଥା ପୂର୍ବରୁ ଇସ୍ତାଫା ଦେଲେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର