ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ। ଯାଜପୁରର ବାଲିଚନ୍ଦ୍ରପୁର ଥାନା ହାଜତରେ ଦଳିତ ଯୁବକଙ୍କୁ ନିର୍ଯାତନା । ପୋଲିସ ନିର୍ଯ୍ୟାତନା ସହି ନ ପାରି ବିଷ ପିଇ ଦେଇଥିବା ଅଭିଯୋଗ ଏବେ ସମ୍ନାକୁ ଆସୁଛି। ଥାନାରେ ଯୁବକଙ୍କୁ ପ୍ରବଳ ମାଡ଼ ମାରିବା ସହ ଉଲଗ୍ନ ହେବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସଂପର୍କୀୟ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ପାରିବାରିକ କଳହରୁ ଗରମ ପାଣି ଫିଙ୍ଗିବା ଘଟଣାରେ ଥାନାରେ ଅଟକ ଥିଲେ ଯୁବକ । ଅନ୍ୟପଟେ ଡାକ୍ତରଖାନାରେ ରବୀନ୍ଦ୍ରଙ୍କୁ ପୋଲିସ୍ ଜଗି ରହିଛି। କୌଣସି ଥାର୍ଡ ଡିଗ୍ରୀ ଦିଆଯାଇନି ବରଂ ରବୀନ୍ଦ୍ର ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ପୋଲିସ ସୂଚନା ଦେଇଛି। ସୂଚନା ଯୋଗ୍ୟ; ଯୁବକ ଜଣକ ହେଲେ ଅଣକା ଗ୍ରାମ ମଣିପୁରସାହିର ରବିନ୍ଦ୍ର ମଲ୍ଲିକ । ଏକ ପାରିବାରିକ କଳହକୁ କେନ୍ଦ୍ର କରି ଗତ ୩ ତାରିଖରେ ପୂର୍ଣ୍ଣିମା ମଲ୍ଲିକ ନାମକ ଜଣେ ମହିଳା ରବିନ୍ଦ୍ରଙ୍କ ନାମରେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ୨୦୬ରେ ମାମଲା ରୁଜୁ କରି ରବିନ୍ଦ୍ରଙ୍କୁ ଘରୁ ଉଠାଇ ଆଣିଥିଲା । ତିନି ଦିନ ପରେ ରବିନ୍ଦ୍ରଙ୍କ ପରିବାର ଲୋକେ ତାଙ୍କୁ ଭେଟିବା ପାଇଁ କହିବାରୁ ପୋଲିସ ତାଙ୍କୁ କଟକ ଏସସିବିକୁ ନେଇଥିଲେ । ରବିନ୍ଦ୍ର ବିଷ ପିଇ ଦେଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । Post navigation ଅପରିବର୍ତ୍ତିତ ରହିଲା ରେପୋ ରେଟ୍ ‘କର୍ତ୍ତବ୍ୟ ଭବନ’ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି