ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ।  ଅର୍ଥାତ ରେପୋ ହାର ୫.୫ ପ୍ରତିଶତରେ ବଜାୟ ରଖାଯାଇଛି। ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି କରାଯାଇଛି । ଲଗାତାର ତିନିଥର ସୁଧ ହାର ହ୍ରାସ କରିବା ପରେ, RBI MPC ଏଥର ହାର ହ୍ରାସକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ।ଏ ନେଇ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ରେପୋ ରେଟ୍‌ ଅପରିବର୍ତ୍ତିତ ରହିବା ଅର୍ଥ ବ୍ୟାଙ୍କ ଋଣର ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ। ଏହାର ଅର୍ଥ ହେଉଛି ଯେଉଁମାନେ ଋଣ ନେଇଛନ୍ତି ସେମାନଙ୍କର ଇଏମ୍‌ଆଇ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ  । ପୁଞ୍ଜି ନିବେଶକାରୀମାନେ ସୁଧ ହାର ହ୍ରାସ ପାଇବ ବୋଲି ଆଶା କରୁଥିଲେ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଏମପିସି ବୈଠକର ଫଳାଫଳକୁ ଘୋଷଣା କରି କହିଛନ୍ତି ଯେ, ପାର୍ବଣ ଋତୁ ଇକୋନୋମିକ ଆକ୍ଟିବିଟିଜ ପାଇଁ ଖାସ୍ ରହିଥାଏ, ହେଲେ ଆମେରିକା ଏବଂ ଭାରତ ମଧ୍ୟରେ ଟାରିଫକୁ ନେଇ ଏବେବି ଅନିଶ୍ଚିତତା ରହିଛି ।

 

Leave a Reply

Your email address will not be published. Required fields are marked *