ନିଲମ୍ବିତ ହେଲେ ଗିରଫ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି  ନିହାର ରଞ୍ଜନ ମହାନ୍ତି ।  ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ ଆଜି ନିଲମ୍ବିତ ହୋଇଛନ୍ତି ନିହାର ରଞ୍ଜନ ମହାନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୋର୍ଡ ଉପସଭାପତିଙ୍କୁ ନିଲମ୍ବନ କରିଛନ୍ତି ।

ସୂଚନା ଯୋଗ୍ୟ; ଚଳିତମାସ ୨୦ତାରିଖରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୧୯ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ଦିନକ ପୂର୍ବରୁ ବାତିଲ କରିଦେଇଥିଲେ । ଏହା ପରେ ଏହି ମାମଲାରେ ସରକାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ନିହାର ରଂଜନ ମହାନ୍ତିଙ୍କୁ ଗିରଫ କରିଥିଲା । ଏହା ପରେ ବୋର୍ଡ ଉପସଭାପତିଙ୍କ ଲାପ୍‌ଟପ୍‌ରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜାଣିବାକୁ ପାଇଥିଲା । ପ୍ରଥମତଃ ବୋର୍ଡ ଉପସଭାପତିଙ୍କ ଲାପ୍‌ଟପ୍‌କୁ ପ୍ରଶ୍ନପତ୍ର ଆସିବା କଥା ନୁହେଁ। କିନ୍ତୁ ମୁଦ୍ରଣ ସଂସ୍ଥାରୁ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍‌ଟପ୍‌କୁ ଏଫ୍‌ଟିପି ମାଧ୍ୟମ ବଦଳରେ ଇ-ମେଲ୍‌ରେ ପ୍ରଶ୍ନପତ୍ର ଆସିଥିଲା ।  ଏହାକୁ ନେଇ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କୁ କ୍ରାଇମ୍‌ବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଚାରି ଥର ଜେରା କରିଥିଲା। ଏହା ପରେ ଆଜି ତାଙ୍କୁ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *