Raja Chakra Gets Conditional Bail
ବିଜେଡି ନେତା ରାଜା ଚକ୍ରଙ୍କୁ ସଦର ଥାନାର ଗୋଟିଏ ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍‌ । ଶ୍ୱଶୁରଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ୧୫ ଦିନିଆ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ଦେଲେ ଜିଲ୍ଲା ଦୌରାଜଜ୍‌ ।
 
ବାଲେଶ୍ୱର ଜେଲ୍‌ରେ ରାଜା ଚକ୍ର ରହିଥିବାବେଳେ ତାଙ୍କ ନାମରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କେନ୍ଦୁଝରଠାରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି । ପୂର୍ବରୁ ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ ରାଜାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।
 
ସୂଚନା ଅନୁଯାୟୀ, ରାଜାଙ୍କ ଶ୍ୱଶୁର କେନ୍ଦୁଝର ଅଞ୍ଚଳର ଖ୍ୟାତନାମା ଚିତ୍ରଶିଳ୍ପୀ ବିଜୟ ପଟ୍ଟନାୟକ ଗତ ଶୁକ୍ରବାର ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ରାଜା ତାଙ୍କ ଦଶାହ କର୍ମରେ ଯୋଗଦେବାକୁ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ।
 

By Nirvay

Leave a Reply

Your email address will not be published. Required fields are marked *