ବିଳମ୍ବିତ ରାତ୍ରିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ୍ସ ରେ ହୋଇଥିବା ଘୋଷଣା ଅନୁସାରେ ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ AIIMS ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସୌମ୍ୟାଶ୍ରୀ ରାତି ୧୧:୪୬ ରେ ମୃତ ଘୋଷିତ ହୋଇଥିବା ସୂଚନା ମିଳିଛି । ତାଙ୍କ ପୋଷ୍ଟମର୍ଟମ ଆଜି ରାତିରେ ହିଁ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ନ୍ୟାୟ ପାଇଁ ଲଢ଼େଇ ରେ ହାରି ଯାଇ ଆତ୍ମହତ୍ୟା କରି ଜୀବନ ହାରିଚ୍ଛନ୍ତି ସୌମ୍ୟାଶ୍ରୀ । ଖବର ପାଇ ବିଜେଡି ଓ କଂଗ୍ରେସର ଯୁବ ଓ ଛାତ୍ର ଗୋଷ୍ଠୀ AIIMS ଭୁବନେଶ୍ୱରରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ସେଠାରେ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ଭୋଗରାଇ ଅଞ୍ଚଳରେ ତାଙ୍କ ପୈତୃକ ଗ୍ରାମରେ ହେବ ବୋଲି ଜଣା ପଡ଼ିଛି । Post navigation ୨୪ ଘଣ୍ଟା ମଧ୍ୟରେ ସବୁ କଲେଜରେ ତୁରନ୍ତ ଇଣ୍ଟରନାଲ କମିଟି ଗଢିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ; ମୁଖ୍ୟମନ୍ତ୍ରୀ କଲେ ସହାୟତା ଘୋଷଣା