Odisha CM meets PM Modi
ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିଛନ୍ତି । ସାକ୍ଷାତ କାଳରେ ଓଡିଶାର ଭିଜନ ଡକୁମେଣ୍ଟ ୨୦୩୬ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି ।
 
ଏହି ଅବସରରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା, କେନ୍ଦ୍ର ରାଜ୍ୟ ସୁସମନ୍ଵୟ ତଥା ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ସମୃଦ୍ଧ ଓଡ଼ିଶା, ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
ଭାରତୀୟ ଜନତା ପାର୍ଟିର ମାନନୀୟ ରାଷ୍ଟ୍ରୀୟ ମହାସଚିବ ତରୁଣ ସିଂ ଙ୍କ ସହ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମାଝୀ ।
 
ଏହି ଅବସରରେ ଓଡ଼ିଶାର ବିକାଶ ପରିଯୋଜନା, ଜନସେବା ଓ କେନ୍ଦ୍ର-ରାଜ୍ୟ ସମନ୍ଵୟ ସମ୍ପର୍କିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବାସହ ତରୁଣ ସିଂ ଙ୍କ ଠାରୁ ତାଙ୍କର ସ୍ୱଲିଖିତ ପୁସ୍ତକ “ଜୀତ ମୋଦୀ ଶାସନକୀ” ଗ୍ରହଣ କରିବା ସହ ତାଙ୍କୁ “ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭” ପ୍ରଦାନ କରିଛନ୍ତି ।
Odisha CM meets PM Modi

By Nirvay

Leave a Reply

Your email address will not be published. Required fields are marked *