ଡ୍ରାଇଭର ମହାସଂଘ ପାଇଁ କଂଗ୍ରେସର ସମାବେଶ ସଫଳ ହେଲା ବୋଲି ଆଜି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି ଯେ, ବିଜେପି ଚାହୁଁଥିଲା କଂଗ୍ରେସର ଆନ୍ଦୋଳନ ବିଫଳ ହେଉ । କିନ୍ତୁ ଡ୍ରାଇଭର ସଂଘ ପାଇଁ କଂଗ୍ରେସର ସମାବେଶ ସଫଳ ହୋଇଥିବାରୁ ଆନ୍ଦୋଳନକୁ ସବୁ ଜାଗାରେ କଂଗ୍ରେସ ସମର୍ଥନ କରିବ । ଓଡ଼ିଶାରେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଥିବାବେଳେ କଂଗ୍ରେସର ସମାବେଶକୁ କଂଗ୍ରେସ କର୍ମୀ ଆସୁଥିବାରୁ ଗାଡିକୁ ଅଟକାଇ ନଥିଲା ଡ୍ରାଇଭର ମହାସଂଘ । ସେଥିପାଇଁ ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଇଥିବାବେଳେ ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ଡ୍ରାଇଭର ମହାସଂଘକୁ ଧନ୍ୟବାଦ ଦେଇଛି । କଂଗ୍ରେସର ଅନୁରୋଧ ରକ୍ଷା କରି କଂଗ୍ରେସର ଗାଡ଼ିକୁ ଅଟକାଯିବ ନାହିଁ ବୋଲି ଡ୍ରାଇଭର ସଂଘ ସଭାପତି କାଲି ପ୍ରତିଶୃତି ଦେଇଥିଲେ । Post navigation ଛାତ୍ରୀଙ୍କ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ