ଆଜି ଚାରି ଦିନ ପରେ ଘରୋଇ ବସ୍ ଚଳାଚଳ ସ୍ୱାଭାବିକ ହେବା ପରେ ଡ୍ରାଇଭର୍ ସଂଘରେ ଫାଟ ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଡ୍ରାଇଭର୍ ଭାଇମାନଙ୍କୁ ଏକଜୁଟ ହୋଇ ରହିବାକୁ ଅନୁରୋଧ କରିଛନ୍ତି ମେଣ୍ଡୁଲି କାନ୍ଦି କାନ୍ଦି ଭିଡିଓ ଜାରି କରି କହିଛନ୍ତି ଯେ ଯେଉଁ ଭାଇମାନେ ମାଲିକଙ୍କୁ ଚାହୁଁଛନ୍ତି, ମହାସଂଘ ଛାଡ଼ି ଦିଅନ୍ତୁ । ଯେଉଁ ଭାଇମାନେ ଗାଡ଼ି ଚଲାଇବେ ସମସ୍ତଙ୍କ ଫଟୋ ଉଠାଯିବ । ଯେଉଁମାନେ ସଂଘକୁ ପଇସା ଦେଇଛନ୍ତି ସେମାନଙ୍କୁ ତାଙ୍କ ଟଙ୍କା ମହାସଂଘ ଫେରେଇ ଦେବ କିନ୍ତୁ ଆଉ ସଦସ୍ୟ ଭାବେ ସଂଘରେ ରଖିବ ନାହିଁ । ସେ ଡ୍ରାଇଭର ଭାଇମାନଙ୍କୁ ଧର୍ଯ୍ୟ ରଖିବାକୁ କହିଛନ୍ତି । Post navigation ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍ ଚଳାଚଳ ଆଉ ନିର୍ବାଚନ ଲଢ଼ିବେନି ଜୁଏଲ୍ ଓରାମ