ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍ ଚଳାଚଳ । ଚାରି ଦିନ ପରେ, ଆଜି ସାରା ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ଆରମ୍ଭ ହୋଇଛି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଘରୋଇ ବସ୍ ଆଜି ଗଡିଛି । ଧର୍ମଘଟ ଯୋଗୁଁ ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ଏବଂ ବସ୍ ଅପରେଟରମାନଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇଛି ତେଣୁ ବସ୍ ମାଲିକ ସଂଘ ଡ୍ରାଇଭର ମହାସଂଘର ଧର୍ମଘଟକୁ ଆଉ ସମର୍ଥନ କରିବ ନାହିଁ ବୋଲି ଗତକାଲି ଘୋଷଣା କରିଛି । ଏଥିପାଇଁ ସୁରକ୍ଷା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ସଂଘ ଅପିଲ କରିଛି । ସେପଟେ, ୭ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । Post navigation କାଲିଠୁ ଗଡ଼ିବ ଘରୋଇ ବସ୍; ସୁରକ୍ଷା ଯୋଗାଇବେ ରାଜ୍ୟ ସରକାର ଡ୍ରାଇଭର୍ ମାନଙ୍କୁ ଏକଜୁଟ ହୋଇ ରହିବାକୁ ଡ୍ରାଇଭର ମହାସଂଘ ସଭାପତିଙ୍କ ଅନୁରୋଧ