ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଏତଲା । କଟକ ମ୍ୟୁନିସିପାଲ କର୍ପୋରେସନର ୨୨ ନମ୍ବର ୱାର୍ଡ କର୍ପୋରେଟର ଚନ୍ଦନ ଜେନାଙ୍କ ନାଁରେ ଏତଲା ହୋଇଛି । ନିଜ ୱାର୍ଡର ଜଣେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ ଓ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁରୀଘାଟ ଥାନାରେ ଏତଲା ପରେ ମାମଲା ରୁଜୁ କଲା ପୋଲିସ । ଘର ବିବାଦକୁ ନେଇ ଏତଲା ରୁଜୁ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *