ଦ୍ଵିତୀୟ ଦିନରେ ଆଜି ଜନ୍ମସ୍ଥାନରେ ପହଞ୍ଚଞ୍ଚିଛନ୍ତି ଚୁତୁର୍ଦ୍ଧାମୂର୍ତ୍ତି । ଶରଧାବାଲିରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଛିଛନ୍ତି । ପଛେପଛେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ପଛରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପହଞ୍ଚିଛନ୍ତି । ସୂଚନା ଅନୁଯାୟୀ ଦିନ ୧୧ ଟା ୧୭ ରେ ତାଳଧ୍ୱଜ ରଥ ପହଞ୍ଚିଥିବାବେଳେ ୧୨ ଟା ୧୬ ରେ ଦର୍ପଦଳନ ରଥ ପହଞ୍ଚିଲେ । ୧ ଟା ୮ ମିନିଟ୍ରେ ପହଞ୍ଚିଲେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ । ଏଇଠାରୁ ଜନ୍ମବେଦୀକୁ ପହଣ୍ଡି କରି ଯିବେ ତିନି ଠାକୁର । କହିରଖୁଛୁ ଯେ, ଗତକାଲି ରଥଟଣାରେ ବିଳମ୍ବ ଯୋଗୁଁ ଅଧାରେ ଅଟକିଥିଲା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ । Post navigation ପୁରୀରେ ପହଞ୍ଚିଲେ ଗୌତମ ଆଦାନୀ ରଥଟଣା ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ