ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଜି ତୃତୀୟ ଦିନରେ ଜାରି ରହିଛି ଆୟକର ଚଢ଼ାଉ । ସମ୍ବଲପୁରର ମୁଦିପଡ଼ା ଘର ସମେତ ୪ଟି ସ୍ଥାନରେ ଚାଲିଛି ରେଡ୍ । ଘର ସମେତ ବ୍ୟବସାୟିକ ପ୍ରତିଷ୍ଠାନରେ ବି ଚଢ଼ାଉ ଚାଲିଛି । ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ବ୍ୟବସାୟିକ ସାମ୍ରାଜ୍ୟ ବାବଦରେ ଟିକନିକ ତଥ୍ୟ ହାସଲ କରିଛି ଆୟକର ବିଭାଗ । କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି । ଗତ କାଲି ଝାରସୁଗୁଡ଼ା ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ ହୋଇଥିବାବେଳେ ୧୯ ତାରିଖ ଦିନ ୨୦ରୁ ଅଧିକ ସ୍ଥାନରେ ରେଡ ହୋଇଥିଲା । Post navigation ଓଡ଼ିଶାରେ ଯୋଗ ଉତ୍ସବ; ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓଡିଶା ଛାଡିବ ୱାରୀ ଏନର୍ଜି ଲିମିଟେଡ୍