ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ବାସଗୃହ ଆବଣ୍ଟନ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ଯେ, ବିଜେପି ସରକାର ସର୍ବଦା ଗରୀବ ଓ ବାସହୀନ ଲୋକଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ଦେବା ପାଇଁ ପ୍ରତିବଦ୍ଧ। ଏହି ଐତିହାସିକ ନିଷ୍ପତ୍ତି ପାଇଁ ରାଜ୍ୟ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଅନିଲ ବିଶ୍ୱାଳ କହିଛନ୍ତି ୨୦୨୪ ମସିହାରେ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୨ ଲକ୍ଷ ୨୫ ହଜାର ଘର ଏବଂ ପିଏମ ଆବାସରେ ୧ ଲକ୍ଷ ୨ ହଜାର ବାସଗୃହ ଆବଂଟନ କରାଯାଇସରିଛି । ଗତ ଅଢେଇ ବର୍ଷର ବିଜେପି ସରକାରରେ ସମୁଦାୟ ୮ ଲକ୍ଷ ୨୮ ହଜାରରୁ ଅଧିକ ବାସଗୃହ ପାଇଁ ସହାୟତା ବ୍ୟବସ୍ଥା ନିଶ୍ଚିନ୍ତ କରାଯାଇଛି, ଯାହା ଗରୀବକଲ୍ୟାଣ ଯାତ୍ରାରେ ନୂଆ ଫର୍ଦ୍ଦ ଯୋଡିହୋଇଛି । ସେହିଭଳି ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାରେ ୩୦ ଲକ୍ଷ ୪୫ ହଜାର ବାସଗୃହ ଓଡିଶାର ଗରୀବ ପରିବାରଙ୍କୁ ପ୍ରଦାନ କରାଯାଇସରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସରକାରର ସମସ୍ତଙ୍କୁ ପକ୍କା ଘର ଯୋଗାଇବା – “ହାଉସିଂ ଫର୍ ଅଲ୍”ର ସଫଳତାକୁ ପ୍ରମାଣିତ କରୁଛି । ସେ ଆଉ ମଧ୍ୟ କହିଛନ୍ତି, ଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବମୋଟ ୫ କୋଟି ୨୦ ଲକ୍ଷ ବାସଗୃହ ଅନୁମୋଦନ ହୋଇଥିବାବେଳେ ସେଥିରୁ ୪ କୋଟି ୧୦ ଲକ୍ଷ ବାସଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ଜଣେ ହିତାଧିକାରୀ ବାସଗୃହ ପାଇଁ ୧ ଲକ୍ଷ୨୦ ହଜାର ଲକ୍ଷ ଟଙ୍କା ସହ ପ୍ରୋତ୍ସାହନ ରାଶୀ ଭାବେ ଅତିରିକ୍ତ ୩୫ ହଜାର ଟଙ୍କା, ଭିବି – ଜି- ରାମଜୀ ଯୋଜନାରେ ଶ୍ରମିକ ପାଉଣା ଭାବେ ୨୭ ହଜାର ଟଙ୍କା, ଶୈାଚାଳୟ ପାଇଁ ୧୨ ହଜାର ଟଙ୍କା, ପିଏମ ସୂର୍ଯ୍ୟ ଘର ଯୋଜନାରେ ୩୦ ହଜାର ଟଙ୍କାର ସବସିଡି, ଟ୍ୟାପ ଯୋଗେ ପନାୀୟ ଜଳ ସଂଯୋଗ, ଭୁମିହୀନଙ୍କୁ ମାଗଣା ଜମିର ବ୍ୟବସ୍ଥା କରାଯାଇଛି । ଗୋଟିଏ ଗରୀବ ପରିବାର ପାଇଁ ଘରଟିଏ ସମ୍ମାନ, ସ୍ୱାଭୀମାନ ଓ ସୁରକ୍ଷାର ବିଷୟ, ଯାହାକୁ ଦେଶର ପ୍ରଧାନମନ୍ତ୍ରୀ ମୋଦିଜୀ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ଏବଂ କାମରେ ମଧ୍ୟ ପ୍ରମାଣିତ କରିଛନ୍ତି । ପୂର୍ବରୁ ବିଜେଡି ସରକାର ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାରେ ବ୍ୟାପକ ଅନିୟମିତା ହେଉଥିଲା । ଯୋଗ୍ୟ ହିତାଧିକାରୀଙ୍କ ଘର ନଦେଇ ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଇଥିବାର ପ୍ରମାଣ କେନ୍ଦ୍ରୀୟ ଗୟା ପ୍ରସାଦ କମିଟିର ତଦନ୍ତ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ଅଛି । ବିଜେପି ସରକାର ଗରୀବ ଓ ବାସହୀନ ଲୋକଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ଦେବା ପାଇଁ ପ୍ରତିବଦ୍ଧ ବୋଲି ଅନିଲ ବିଶ୍ୱାଳ କହିଛନ୍ତି । ଏହି ଅବସରରେ ଗଣମାଧ୍ୟମ ରାଜ୍ୟ ସଂଯୋଜକ ସୁଜିତ ଦାସ ଏବଂ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । Post navigation VP at orientation programme for Odisha MLAs: ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ନିମନ୍ତେ ଦ୍ୱିତୀୟ ଦିଗ୍ଦର୍ଶନ କାର୍ଯ୍ୟକ୍ରମ; ଯୋଗଦେଲେ ଉପରାଷ୍ଟ୍ରପତି