ଜୁନ୍ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ । ୪୩ ପଞ୍ଚାୟତ ପାଇଁ ଉପନିର୍ବାଚନ ହେବ । ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ଉପନିର୍ବାଚନ ହେବ। ମୃତ, ଇସ୍ତଫା, ଅଯୋଗ୍ୟ ଘୋଷଣା ଆଦି କାରଣରୁ ଏହି ସବୁ ଆସନରେ ସରପଞ୍ଚ ଏବଂ ଓ୍ବାର୍ଡ ସଭ୍ୟ ପଦ ଖାଲି ପଡ଼ିଥିଲା। ଆସନ୍ତା ୨୬, ୨୮, ୨୯, ୩୦ ଓ ୩୧ ତାରିଖରେ ନାମାଙ୍କନ ଦାଖଲ ପାଇଁ ତାରିଖ ନିର୍ଦ୍ଧାରିତ ହୋଇଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ ।

ଜୁନ୍ ୨ରେ ନାମାଙ୍କନ ପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ସେହିପରି ଆସନ୍ତା ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତା’ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପଞ୍ଚାୟତ ଅଫିସରେ ପ୍ରକାଶ ପାଇବ।

ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ । ଜୁନ୍ ୨୪ ତାରିଖ ସକାଳ ୮ଟାରେ ବ୍ଲକ୍ ଅଫିସରେ ଭୋଟ୍ ଗଣତି କରାଯିବ। ଜୁନ୍ ୨୪ ତାରିଖ ଯାଏ ଆଚରଣବିଧି ଲାଗୁ ରହିବ। ଆସନ୍ତାକାଲି ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ୍ ଜାରି ହେବ।

Leave a Reply

Your email address will not be published. Required fields are marked *